Latest Odisha News

BREAKING NEWS

ହରଭଜନଙ୍କୁ ରାଜ୍ୟସଭା ପଠାଇବ ଆପ !

ଚଣ୍ଡୀଗଡ: ପୂର୍ବତନ କ୍ରିକେଟର ହରଭଜନ ସିଂଙ୍କୁ ନେଇ ପୁନର୍ବାର ରାଜନୀତି ଆଲୋଚନା ଜୋର ଧରିଛି । ରାଜ୍ୟ ଏବଂ କେନ୍ଦ୍ରରେ ମିଳିତ ଭାବେ ଭଜିଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଦେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ରିପୋର୍ଟ ମୁତାବକ ଆମ ଆଦମୀ ପାର୍ଟି ହରଭଜନଙ୍କୁ ରାଜ୍ୟସଭା ପଠାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛି । ଏବଂ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ତାଙ୍କୁ ରାଜ୍ୟରେ ସ୍ପୋର୍ଟ୍ସ ୟୁନିଭରସିଟିର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବେ ବୋଲି ଉଲ୍ଲେଖ ରହିଛି ।

BjdElectrycity

ହରଭଜନ କିମ୍ବା ଆପ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ କୌଣସି ମନ୍ତବ୍ୟ ଜାରୀ କରାଯାଇ ନାହିଁ । ପଞ୍ଜାବ ନିର୍ବାଚନ ପୂର୍ବରୁ ଭଜି କେଉଁ ଦଳକୁ ଯିବେ ସେ ନେଇ ଆଲୋଚନ ଜୋର ଧରିଥିଲା । ତେବେ କଂଗ୍ରେସର ପରାଜୟ ପରେ ଭଜି ଆପ ମୁହାଁ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.