Latest Odisha News

BREAKING NEWS

୨୦୦ ଥର କ୍ଷମା ମାଗିବା ସତ୍ୱେ ଏବେ ବି ଏ ନେଇ ମନଦୁଃଖ କରୁଛନ୍ତି ହରଭଜନ

ଚେନ୍ନାଇ: ଭାରତର ମହାନ ସ୍ପିନର ହରଭଜନ ସିଂ ତାଙ୍କ ପ୍ରଦର୍ଶନ ନେଇ ଯେତେ ଚର୍ଚ୍ଚାରେ ରହି ନ ଥାନ୍ତି ତାଠାରୁ ବିବାଦ ନେଇ ଅଧିକ ରହିଥାନ୍ତି । ନିକଟରେ ରବିଚନ୍ଦ୍ରନ ଅଶ୍ୱୀନଙ୍କ ପୋଡକାଷ୍ଟରେ ହରଭଜନ ସିଂ ତାଙ୍କ ଜୀବନର ଏକ ଘଟଣାକୁ ସମ୍ପୂର୍ଣ୍ଣ ଭାବେ ଲିଭେଇ ଦେବାକୁ ଚାହାନ୍ତି ବୋଲି କହିଥିଲେ । ୨୦୦୮ ଆଇପିଏଲରେ ହରଭଜନ ବିପକ୍ଷ ଦଳର ଏସ.ଶ୍ରୀସନ୍ଥଙ୍କୁ ଚାପୁଡା ମାରିଥିଲେ । ଏହି ଘଟଣା ସେତେବେଳେ ବେଶ ହଇଚଇ ସୃଷ୍ଟି କରିଥିଲା । ବିସିସିଆଇ ତାଙ୍କୁ ବାକିତକ ମ୍ୟାଚରୁ ସସପେଣ୍ଡ କରିଥିଲା । ପରେ ଅବଶ୍ୟ ଏ ନେଇ ସେ କ୍ଷମା ପ୍ରାର୍ଥନା କରିଥିଲେ ।

ଅଶ୍ୱୀନଙ୍କୁ ସେ କହିଥିଲେ ମୁଁ ୨୦୦ରୁ ଊର୍ଦ୍ଧ୍ୱ କ୍ଷମା ମାଗି ସାରିଲାଣି । ଶ୍ରୀସନ୍ଥ ବି ଏହାକୁ ଭୁଲି ସାରିଲେଣି, କିନ୍ତୁ ମନରୁ ଏହି ଘଟଣା ଯାଛ ନାହିଁ । ନିକଟରେ ଶ୍ରୀସନ୍ଥଙ୍କ ଝିଅ ସହିତ କଥା ହେବାକୁ ଚାହିଥିଲି । ସେ କିନ୍ତୁ କହିଥିଲା.. ମୁଁ କଥା ହେବିନି, ଆପଣ ମୋ ପାପାଙ୍କୁ ମାରିଥିଲେ । ତାକୁ ବୁଝାଇ ନ ପାରିବା ମୋତେ ବ୍ୟଥୀତ କରିଥିଲା । ଯଦି ଭଗବାନ ମୋତେ ସୁଯୋଗ ଦେବେ ତେବେ ଏହି ଘଟଣା ମନରୁ ଡିଲିଟ କରିଦେବି ବୋଲି ସେ ହସି କରି କହିଥିଲେ ।

Comments are closed.