Latest Odisha News

BREAKING NEWS

କାଳି ଟ୍ୟାକ୍ସି; ଜୋଫ୍ରା ଆର୍ଚରଙ୍କୁ ନେଇ ହରଭଜନ ସିଂଙ୍କ ବିବାଦୀୟ ବୟାନ… 

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ ନିଜ କମେଣ୍ଟ୍ରିକୁ ନେଇ ସମସ୍ୟାରେ ପଡ଼ିଛନ୍ତି। ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ସମୟରେ କମେଣ୍ଟ୍ରି ବେଳେ ସେ ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ଟାର୍ଗେଟ କରି ତାଙ୍କୁ ‘କଳା ଟ୍ୟାକ୍ସି’ ବୋଲି ସମ୍ବୋଧନ କରିଥିଲେ।

ଭଜ୍ଜୀଙ୍କ ଏଭଳି ବୟାନକୁ ନେଇ ଖପ୍ପା ହୋଇଛନ୍ତି ଫ୍ୟାନ୍ସ। ଏପରିକି ଏହି ଶବ୍ଦ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। କମେଣ୍ଟ୍ରି ସମୟରେ ଭଜ୍ଜୀ କହିଥିଲେ ଯେ, “ଲଣ୍ଡନରେ କଳା ଟ୍ୟାକ୍ସିର ମିଟର ଦ୍ରୁତ ଗତିରେ ଚାଲିଥାଏ, ଏବଂ ଏଠାରେ ଆର୍ଚର ସାହେବଙ୍କ ମିଟର ମଧ୍ୟ ଦ୍ରୁତ ଗତିରେ ଚାଲିଛି।”

ତେବେ ସୋସିଆଲ ମିଡିଆରେ ଅନେକ ପ୍ରଶଂସକ ହରଭଜନଙ୍କୁ ସମାଲୋଚନା କରିଛନ୍ତି। ଏପରିକି ସେ କ୍ଷମା ମାଗିବା ଉଚିତ୍ ବୋଲି ଦାବି ମଧ୍ଯ କରିଛନ୍ତି।

 

Comments are closed.