Latest Odisha News

BREAKING NEWS

ପାରାଦୀପ ବନ୍ଦରରେ ୱେଷ୍ଟର୍ଣ୍ଣ ଡକ୍ ଏବଂ ହାର୍ବର ଅପଟିମାଇଜେସନ ହେବ

ଭୁବନେଶ୍ୱର: ପାରାଦୀପ ବନ୍ଦରକୁ ଦୀର୍ଘ ମିଆଦ ଉନ୍ନତି ସକାଶେ ତୀବ୍ର ନିର୍ଦ୍ଧିଷ୍ଟି ପୁଞ୍ଜି ନିବେଶର ଆବଶ୍ୟକତା ଅଛି । ଯାହା ଏହି ବନ୍ଦରକୁ ଏକ ମେଗା ବନ୍ଦରରେ ପରିଣତ କରିବ ଏବଂ ଅର୍ନ୍ତଜାତୀୟ ପଣ୍ୟ ପରିବହନ ମାତ୍ରା ବୃଦ୍ଧି କରିବ । ଏଥିପାଇଁ ପିପିପି ଢ଼ାଞ୍ଚାରେ ହାର୍ବର ର ଅପଟିମାଇଜେସନ ଓ ୱେଷ୍ଟର୍ଣ୍ଣ ଡକ୍ ନିର୍ମାଣ କରାଯିବ ।

BjdElectrycity

ଏହି ପ୍ରକଳ୍ପ ପାଇଁ ଆନୁମାନିକ ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବନ୍ଦର ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ୱେଷ୍ଟର୍ଣ୍ଣ ଡକ୍ ବଟ(ବିଲ୍ଡ, ଅପରେଟ ଏବଂ ଟ୍ରାନ୍ସଫର) ଢ଼ାଞ୍ଚାରେ କରାଯିବ । ୱେଷ୍ଟର୍ଣ୍ଣ ଡକ୍ ନିର୍ମାଣ ପାଇଁ ୨୦୪୦ କୋଟି ଏବଂ କନସେସନେୟାରଙ୍କ ଜରିଆରେ ୩୫୨.୧୩ କୋଟି ଟଙ୍କା ଖର୍ଚ୍ଚରେ କରାଯିବା ବୋଲି ଅନୁମାନ ଧାର୍ଯ୍ୟ ହୋଇଛି ।

କମନ୍ ସପୋର୍ଟିଂ ପ୍ରୋଜେକ୍ଟ ଇନଫ୍ରାଷ୍ଟ୍ରକଚର ଯୋଗାଇବ ପାରାଦୀପ ପୋର୍ଟ । ଯେଉଁଥି ପାଇଁ ୬୧୨.୫୦ କୋଟି ଟଙ୍କାର ଆନୁମାନିକ ଖର୍ଚ୍ଚ ଆକଳନ କରାଯାଇଛି ।

ଏହି ପ୍ରକଳ୍ପ ଦ୍ୱାରା କେପ୍ ସାଇଜ୍ ଭେସେଲ ପରିଚାଳନା ସହଜ ହେବ ଏବଂ ବନ୍ଦର କ୍ଷମତା ୨୫ ମିଲିଅନ ମେଟ୍ରିକ ଟନକୁ ବୃଦ୍ଧି ପାଇବ ବୋଲି ବିଭାଗୀୟ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି । ଏହା ଦ୍ୱାରା ବନ୍ଦରରେ ଗହଳି କମିବ, କୋଇଲା ଆମଦାନୀ ଶସ୍ତା କରିବ ଏବଂ ଭିତିର ଅଂଚଳରେ ଅର୍ଥନୈତିକ ଅଭିବୃଦ୍ଧି ହେବ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.