ମାଲକାନଗିରି : ମାଓ ସଙ୍ଗଠନକୁ ଶକ୍ତ ଧକ୍କା । ତେଲେଙ୍ଗାନା ପୋଲିସ ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଛି ହାର୍ଡକୋର ମହିଳା ମାଓବାଦୀ ସାରଦା । ସାରଦା ଆନ୍ଧ୍ରପ୍ରଦେଶ ମହୁବୁବାବାଦ ଜିଲ୍ଲାର ବାସିନ୍ଦା । ସେ ୧୯୯୪ ମସିହାରେ ମାଓ ସଙ୍ଗଠନରେ ଜଣେ ସକ୍ରିୟ ସଦସ୍ୟ ଭାବେ ଯୋଗ ଦେଇଥିଲା । ଏହାପରେ ଡିସିଏମ ପଦରେ ପଦୋନ୍ନତି ପାଇ ଦୀର୍ଘ ୨୭ବର୍ଷ ଧରି ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଓଡ଼ିଶା ଓ ଛତିଶଗଡ଼ରେ ଘଟିଥିବା ବିଭିନ୍ନ ହିଂସାକାଣ୍ଡ ଘଟଣାରେ ସାମିଲ ଥିବା ନେଇ ତେଲେଙ୍ଗାନା ପୋଲିସ ସୂଚନା ଦେଇଛି ।
ପୂର୍ବରୁ ସାରାଦାର ସ୍ବାମୀ କେନ୍ଦ୍ରୀୟ କମିଟି ସଦସ୍ୟ ହରିଭୂଷଣ ଜଙ୍ଗଲରେ କୋଭିଡରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ, ଶରୀର ଅସୁସ୍ଥତା ଏବଂ ମାଓ ସଙ୍ଗଠନରେ ପୂର୍ବ ନୀତି ଆଦର୍ଶ ନଥିବା ଦେଖି ସାରଦା ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛି । ଆତ୍ମ ସମର୍ପଣ କରିବା ପରେ ତେଲେଙ୍ଗାନା ଡିଜିପି ସାରଦାକୁ ୫ ଲକ୍ଷ ଟଙ୍କାର ଏକ ବ୍ୟାଙ୍କ ଡ୍ରାଫ୍ଟ ଦେବା ସହ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ।
Comments are closed.