ମାଲକାନଗିରି: ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ହାର୍ଡକୋର ମାଓବାଦୀ କମୁଲୁ । ଦୀର୍ଘ ଦିନରୁ ସେ ମାଓ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ସହ ଛତିଶଗଡର କାଙ୍କେର ଘାଟି ଅଚଂଳରେ ଏରିଆ କମିଟି ସଦସ୍ୟ ରୂପେ କାମ କରୁଥିଲା । ଛତିଶଗଡ ଇରମ ଘାଟି ଆକ୍ରମଣରେ କମୁଲୁ ମୁଖ୍ୟ ଭୂମିକା ନେଇଥିଲା । କମୁଲୁ ନାଁରେ ପୂର୍ବରୁ ଅନେକ ହତ୍ୟା ମାମଲା ରହିଥିବା ବେଳେ ରାଜ୍ୟ ସରକାର ତା ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।
ମାଓ ଅନୁଶାସନରେ ପରିବର୍ତ୍ତନ ଓ ଆଦିବାସୀ ଲୋକଙ୍କ ବିକାଶ ଲାଗି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ କମୁଲୁ ପୋଲିସ ନିକଟରେ ଆଜି ଆତ୍ମସମର୍ପଣ କରିଛି । ସରକାରୀ ନିୟମ ଅନୁସାରେ ତାକୁ ଥଇଥାନ କରାଯିବ ବୋଲି କହିଛନ୍ତି ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି ସଫିନ ଅହମ୍ମଦ ।
BREAKING NEWS
- ବସ୍ ସହ ସ୍କୁଟିର ହେଲା ଧକ୍କା ,ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
- ରହିବନି କୋଟା ଓ ଆରଏସି; ବନ୍ଦେ ଭାରତ ସ୍ଲିପର ଟ୍ରେନରେ ମିଳିବ ଏହି ସୁବିଧା…
- କଳିଙ୍ଗା ଘାଟିରେ ‘ସତର୍କ ସୂଚନା ଘଣ୍ଟି’ ଉଦ୍ଘାଟିତ
- କୋହଲି ଅହଙ୍କାରୀ କି ନୁହେଁ କହିଲେ ସାଥୀ ଖେଳାଳି
- କୋର୍ଟକୁ ଆସିଲେନି ପିୟୂଷ
- ୬୯ତମ ଜାତୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା: ଓଡ଼ିଶା ରନର୍ସଅପ୍
- ରୋଗୀ ମୃତ୍ୟୁ ପରେ ମେଡିକାଲରେ ହାଇଡ୍ରାମା
- ବାପାଙ୍କ ସମର୍ଥନରେ ବାହାରିଲେ ସୋଫିଆ
- ୨୦୦କୁ ବଢିପାରେ ବିଧାନସଭା ସିଟ୍ ସଂଖ୍ୟା
- ଜମ୍ମୁରେ ଆତଙ୍କବାଦୀଙ୍କ ସାଟେଲାଇଟ୍ ଯୋଗାଯୋଗ ଟ୍ରାକ୍; ଭାରତୀୟ ସେନାର ସର୍ଚ୍ଚ ଅପରେସନ୍ ଆରମ୍ଭ
Comments are closed.