ମାଲକାନଗିରି: ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ହାର୍ଡକୋର ମାଓବାଦୀ କମୁଲୁ । ଦୀର୍ଘ ଦିନରୁ ସେ ମାଓ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ସହ ଛତିଶଗଡର କାଙ୍କେର ଘାଟି ଅଚଂଳରେ ଏରିଆ କମିଟି ସଦସ୍ୟ ରୂପେ କାମ କରୁଥିଲା । ଛତିଶଗଡ ଇରମ ଘାଟି ଆକ୍ରମଣରେ କମୁଲୁ ମୁଖ୍ୟ ଭୂମିକା ନେଇଥିଲା । କମୁଲୁ ନାଁରେ ପୂର୍ବରୁ ଅନେକ ହତ୍ୟା ମାମଲା ରହିଥିବା ବେଳେ ରାଜ୍ୟ ସରକାର ତା ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।
ମାଓ ଅନୁଶାସନରେ ପରିବର୍ତ୍ତନ ଓ ଆଦିବାସୀ ଲୋକଙ୍କ ବିକାଶ ଲାଗି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ କମୁଲୁ ପୋଲିସ ନିକଟରେ ଆଜି ଆତ୍ମସମର୍ପଣ କରିଛି । ସରକାରୀ ନିୟମ ଅନୁସାରେ ତାକୁ ଥଇଥାନ କରାଯିବ ବୋଲି କହିଛନ୍ତି ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି ସଫିନ ଅହମ୍ମଦ ।
BREAKING NEWS
- ଜେଲ୍ରୁ ମୁକୁଳିବେନି ଦାରା ସିଂ ! ଆଗୁଆ ମୁକ୍ତି ଆବେଦନ ଖାରଜ କଲେ ରାଜ୍ୟ ଦଣ୍ଡ ସମିକ୍ଷା ବୋର୍ଡ
- ବହୁ ଚର୍ଚ୍ଚିତ ମହିଳା ବାଇକର ହିଟ୍ ଆଣ୍ଡ ରନ୍ ମାମଲା: ରାଜସ୍ଥାନରୁ ଅଭିଯୁକ୍ତ ଡ୍ରାଇଭର ଗିରଫ
- ହାଇଦ୍ରାବାଦର ‘ଗୋଲ୍ଡେନ ଗଣେଶ’; ୨୪ କ୍ୟାରେଟ ସୁନା ଓ ୩.୮୩ ଲକ୍ଷ ହୀରା
- ରାଜ୍ୟରେ ଲାଗୁ ହେବ ୟୁସିସି ! ବଦଳିବ ବହୁତ ନିୟମ, ସମସ୍ତଙ୍କୁ ମିଳିବ ସମାନ ଅଧିକାର
- ୨ ହଜାରରୁ ଅଧିକ UPI ନେଣଦେଣ କଲେ ଲାଗିବ କି ଚାର୍ଜ, ଜାଣନ୍ତୁ କଣ ରହିଛି ନୂଆ ନିୟମ…
- ଏଥିପାଇଁ ଓଡିଶାର ୧୦୬ ଏକର ଜମି ନେବ ଆନ୍ଧ୍ର !
- ଅକ୍ଟୋବରରେ ଓଡ଼ିଶା ଆସିପାରନ୍ତି ରାହୁଲ ଗାନ୍ଧି
- ପୁଣି ଡରାଇଲା ଅକ୍ଟୋବର! ୨୦ ରେ ଲଘୁଚାପ, ଆସୁଛି ୩ଟି ବାତ୍ୟା
- ଓପନ୍ ଏନକ୍ଲୋଜରକୁ ଯିବେ ୫ ଓରାଙ୍ଗଉଟାନ
- Nuakhai 2026: ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

Comments are closed.