Latest Odisha News

BREAKING NEWS

ପୋଲିସ ଗୁଳିରେ ହାର୍ଡ଼କୋର ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ଏନକାଉଣ୍ଟର। ପୋଲିସ ଗୁଳିରେ ଜଣେ ହାର୍ଡ଼କୋର ମାଓବାଦୀ ନିହତ।

ଛୋଟେ ଡ଼ଙ୍ଗର ଥାନା ଅନ୍ତର୍ଗତ ବହକର ଜଙ୍ଗଲରେ ନକ୍ସଲମାନେ ଏକ କ୍ୟାମ୍ପ କରି ରହିଥିବା ପୋଲିସ ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା। ଏହାକୁ ଆଧାର କରି ଡ଼ିଆରଜି ବାହିନୀ ପକ୍ଷରୁ ସେଠାରେ ଆରମ୍ଭ ହୋଇଥିଲା କୁମ୍ବିଂ ଅପରେସନ। ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଦୁଇଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି।

ସର୍ଚ୍ଚ ଅପରେସନବେଳେ ଜଣେ ହାର୍ଡ଼କୋର ମାଓବାଦୀଙ୍କ ମୃତଦାହ ଠାବ ହୋଇଥିବାବେଳେ ଘଟଣାସ୍ଥଳରୁ AK-47 ବନ୍ଧୁକ ଜବତ ହୋଇଛି। ମୃତ ମାଓବାଦୀ ନକ୍ସଲ ପନ୍ଥିଙ୍କ ୬ନମ୍ବର କମ୍ପାନୀର ମାଓ କମାଣ୍ଡର ନୁରୁଟି ବୋଲି ନାରାୟଣପୁର ଏସପି କହିଛନ୍ତି।

Leave A Reply

Your email address will not be published.