Latest Odisha News

ଦୁନିଆର ସବୁଠୁ ଲମ୍ବା କାର, ହେଲିପ୍ୟାଡ଼ରୁ ଆରମ୍ଭ କରି ଗୋଲ୍ଫ କୋର୍ସ ପର୍ଯ୍ୟନ୍ତ ରହିଛି ସୁବିଧା

ଓଡ଼ିଶା ସମ୍ବାଦ ବ୍ୟୁରୋ: ନିଜର ଗୋଟିଏ କାର ହେଉ ବୋଲି ଅନେକ ଲୋକଙ୍କ ସ୍ୱପ୍ନ ରହିଥାଏ। ଆଉ ସେହି କାରରେ ବସି ପରିବାର ଲୋକଙ୍କ ସହ ବୁଲିବାକୁ ଯାଇପାରିବେ। ଆଜିର ସମୟରେ ଦୁନିଆରେ ଏମିତି ସ୍ଥିତି ହୋଇଯାଇଛି ଯେ ଯଦି କାହା ପାଖରେ ଦାମିକିଆ କାର ରହିଛି ତାହେଲେ ତାର ବ୍ୟକ୍ତିତ୍ୱ ଓ ଷ୍ଟାଟର୍ସ ଅଛି ବୋଲି ମାନିନିଅନ୍ତି। ଏହି ମଧ୍ୟରେ ଅନେକ କମ୍ପାନୀ କିଛି ନୂଆ କରିବାକୁ ଯାଇ ଭିନ୍ନ ଭିନ୍ନ ଷ୍ଟାଇଲର କାର ତିଆରି କରିଥାନ୍ତି। ଯାହାକୁ ଦେଖି ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି।

ଆମେ କହୁଛୁ, ‘ଦ ଆମେରିକାନ୍ ଡ୍ରୀମ୍’ ନାଁରେ ପ୍ରସିଦ୍ଧ ଥିବା ଲିମୋଜିନ୍ କାର ବିଷୟରେ। ଏହି କାରର ନାମ ଦୁନିଆରେ ସବୁଠୁ ଲମ୍ବା କାର ହେବାର ରେକର୍ଡ଼ ରହିଛି। ଏହି କାରର ଲମ୍ବା ୧୦୦ଫୁଟ୍। ଏହି କାରକୁ କୌଣସି କମ୍ପାନୀ ନୁହେଁ, ଫିଲ୍ମ ପାଇଁ ଗାଡ଼ିମାନଙ୍କର ଜଣାଶୁଣା ଡ଼ିଜାଇନର ଜେ. ଓହରବର୍ଗ ଡିଜାଇନ୍ କରିଥିଲେ। ଏହି କାର ୧୯୮୬ରେ ନିଜ ନାଁରେ ଗିନିଜ୍ ୱାଲର୍ଡ଼ ରେକର୍ଡ଼ କରିଥିଲା।

୨୬ଟାୟାର ଥିବା ଏହି କାରର ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିରେ ଦୁଇ ପାଶ୍ୱର୍ରୁ ଡ୍ରାଇଭ କରାଯାଇପାରିବ। ଡ଼ିଜାଇନର ଜେ. ଓହରବର୍ଗ ଏହି କାରକୁ ୧୯୮୦ରେ ଡ଼ିଜାଇନର ପରିକଳ୍ପନା କରିଥିଲେ ଏବଂ ୧୯୯୨ରେ ବାସ୍ତବରେ ପ୍ରମାଣିତ ହୋଇଥିଲା। କାରରେ ଦୁଇଟି ଇଞ୍ଜିନ ରହିଛି। ଏହାସହ କାରର ଡ଼ିଜାଇନ୍ Cadillac Eldorado Limousines ଉପରେ ଆଧାରିତ ଥିଲା। କାରରେ ସୁଇମିଂ ପୁଲ, ବାଥ୍ ଟବ୍, ଛୋଟ ଗଲ୍ଫ କୋର୍ସ, ଟିଭି, ଫ୍ରିଜ୍, ଟେଲିଫୋନ୍ ସହ ହେଲିପ୍ୟାଡ଼ ରହିଥିଲା। ଏହି କାରରେ ହେଲିକେପ୍ଟର ଓହ୍ଲାଇବା ସହ ଟେକଅପ୍ କରିପାରିବ।

ଏହି କାରରେ ୭୦ଜଣ ବସିପାରିବା ଭଳି ବ୍ୟବସ୍ଥା କରାଯାଇଥିଲା। ଭିନ୍ନ ଷ୍ଟାଇଲର ଥିବା ଏହି କାର ଫିଲ୍ମରେ ବ୍ୟବହାର କରିବା ପାଇଁ ତିଆରି କରାଯାଇଥିଲା। ସେହି ସମୟରେ ପ୍ରତି ଘଣ୍ଟାକୁ ୧୪୪ହଜାର ଟଙ୍କା ଦେଇ ଭଡ଼ାରେ ଦିଆଯାଇଥାଏ। କିନ୍ତୁ ପରେ ଫିଲ୍ମରେ ଏହାର ବ୍ୟବହାର କମିଯାଇଥିଲା। ଯେଉଁ କାରଣରୁ କବାଡ଼ିରେ ବିକ୍ରି କରି ଦିଆଯାଇଥିଲା। କାର ମ୍ୟୁଜିୟମ କବାଡ଼ିଖାନାରେ ଥିବା କାରକୁ କିଣିଦେଇଥିଲେ। ଏବେ ଏହି କାରର ପୁନରୁଦ୍ଧାର କାମ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.