Latest Odisha News

BREAKING NEWS

ମାଲକାନଗିରି ସୀମାନ୍ତ ଜଙ୍ଗଲରେ ଏନକାଉଣ୍ଟର, ଜଣେ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି:  ଛତିଶଗଡ ସିମାନ୍ତ  ସୁକୁମା ଜିଲ୍ଲାରେ ଏନକାଣ୍ଟର । ପୋଲିସ ଗୁଳିରେ ଜଣେ ହାର୍ଡକୋର୍ ମାଓବାଦୀ ନିହତ ହୋଇଛି । କୋଣ୍ଟା ଥାନା ଅନ୍ତର୍ଗତ ମୋମପାଡ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ କରିଥିବା ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଡିଆରଜି ବାହିନୀର ଯବାନ ଆରମ୍ଭ କରିଥିଲେ କମ୍ବିଂ ଅପରେସନ୍ ।

ଜଙ୍ଗଲରେ ମୁହାଁମୁହିଁ ହୋଇଥିଲେ ମାଓବାଦୀ ଓ ସୁରକ୍ଷାକର୍ମୀ । ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଉଭୟପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯବାନଙ୍କୁ ସାମନା କରି ନପାରି ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ ନକ୍ସଲ ।

ମାଓବାଦୀ କ୍ୟାମ୍ପ ଛାଡ଼ି ପଳାଇବା ପରେ ସଂପୃକ୍ତ ଅଞ୍ଚଳରେ ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ୍ । ବର୍ତ୍ତମାନ ସୁଦ୍ଧା ଜଣେ ମାଓବାଦୀଙ୍କ ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରୁ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।

Leave A Reply

Your email address will not be published.