Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଭଦ୍ରକ CDPO ଅଫିସର ସୁପରଭାଇଜର

ଭଦ୍ରକ: ଭିଜିଲାନ୍ସ ଜାଲରେ ଭଦ୍ରକ ସିଡିପିଓ ଅଫିସର ସୁପରଭାଇଜର୍ ।  ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମଲ୍ଲିଲତା ଦାସଙ୍କ ଘର ସମେତ ଏକକାଳୀନ ୩ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ୩ଟି ଟିମ୍ ଚଢ଼ାଉରେ ସାମିଲ ଅଛନ୍ତି ।

ଭଦ୍ରକ ସହର ସାମରାଇପୁର ସ୍ଥିତ ବାସଭବନ, ଆମ୍ୱରୋଳି  ସ୍ଥିତ ଗାଁରେ ଭିଜିଲାନ୍ସ ଟିମ୍ ପଞ୍ଝା ମାରିଛନ୍ତି । ସେହିପରି ଭଦ୍ରକ ସିଡିପିଓଙ୍କ ଅଫିସରେ ବି ଚଢ଼ାଉ ଜାରି ରହିଛି । ଚଢ଼ାଉ ବେଳେ ତାଙ୍କ ଘରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି ।

ସୁପରଭାଇଜର ମଞ୍ଜିଲତା ଦାସଙ୍କ ନାମରେ ପୂର୍ବରୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ରହିଥିଲା । ଚଢ଼ାଉ ପରେ ସ୍ପଷ୍ଟ ହେବ ତାଙ୍କର କେତେ ଆୟ ବର୍ହିଭୂତ ସମ୍ପତ୍ତି ରହିଛି ।

Leave A Reply

Your email address will not be published.