Latest Odisha News

ଟି୨୦ ର‌୍ୟାଙ୍କିଙ୍ଗ: ନତାଶାଙ୍କ ପୂର୍ବତନ ଏବଂ ବର୍ତମାନ ପତି ହେଲେ ନମ୍ବର ୱାନ

ନୂଆଦିଲ୍ଲୀ: ଆଇସିସି ନୂତନ ଟି୨୦ ର‌୍ୟାଙ୍କିଙ୍ଗ ପ୍ରକାଶ କରିଛି । ଏଥିରେ ଭାରତର ଷ୍ଟାର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଅଲରାଉଣ୍ଡର ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଅପରପକ୍ଷରେ ନ୍ୟୁଜିଲାଣ୍ଡର ପେସ ବୋଲର ଜ୍ୟାକବ ଡଫି ବୋଲରଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି । ସବୁଠାରୁ ମଜା କଥା ହେଲା ନତାଶାଙ୍କ ପୂର୍ବତନ ପତି ହାର୍ଦ୍ଦିକ ହୋଇଥିବା ବେଳେ ଏବେ ସେ ଡଫିଙ୍କ ସହ ସଂସାର କରୁଛନ୍ତି । ହାର୍ଦ୍ଦିକ ଓ ନତାଶା ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି । ୧୪ ଏପ୍ରିଲ ୨୦୨୩ରେ ଡଫିଙ୍କୁ ବିବାହ କରିଥିଲେ ନତାଶା । ଅବଶ୍ୟ ଏହା ପରେ ଡଫିଙ୍କ କ୍ୟାରିୟରରେ ଯଥେଷ୍ଟ ଉନ୍ନତି ଘଟିଛି ।

ଚଳିତ ବର୍ଷ ମାର୍ଚ୍ଚ ୧୨ରେ ହଫି ୩୫ତମ ସ୍ଥାନରେ ରହିଥିଲେ । ୧୯ରେ ୧୨ତମ ଓ ୨୬ରେ ୫ମ ସ୍ଥାନକୁ ଉନ୍ନୀତ ହେଲେ । ଏବେ ସେ ଶୀର୍ଷ ସ୍ଥାନରେ ରହିଛନ୍ତି । ବିବାହ ପୂର୍ବରୁ ନତାଶା ଓ ଡଫି ଦୀର୍ଘଦିନ ହେବ ରିଲେଶନଶିପରେ ରହିଥିଲେ । ଏହା ହାର୍ଦ୍ଦିକ ଏବଂ ନତାଶାଙ୍କ ବିବାହ ବିଚ୍ଛେଦର ମୂଖ୍ୟ କାରଣ ବୋଲି ବିବେଚନା କରାଯାଉଛି । ହାର୍ଦ୍ଦିକ ଏବେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେଉଛନ୍ତି । ମୁମ୍ବାଇ ତାଙ୍କ ନେତୃତ୍ୱରେ ଗତ ସଂସ୍କରଣରେ ଶେଷ ସ୍ଥାନରେ ରହିଥିଲା । ଏବେ ଦଳ ୩ଟି ମ୍ୟାଚରୁ ଗୋଟିକରେ ବିଜୟ ହାସଲ କରିଛି ।

Comments are closed.