ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଓ ଟି୨୦ କ୍ରିକେଟ ସିରିଜରେ ଭାରତର ଅଧିନାୟକ କିଏ ହେବ ସେ ନେଇ ଆଲୋଚନା ଜୋର ଧରିଛି । ରୋହିତ ଶର୍ମା, ବିରାଟ କୋହଲି ଓ ଯଶପ୍ରୀତ ବୁମରାହଙ୍କୁ ଏହି ସିରିଜ ପାଇଁ ବିଶ୍ରାମ ଦିଆଯାଇପାରେ । ଏହି ଗସ୍ତରେ ଭାରତ ୩ଟି ଟି୨୦ ଓ ସମାନ ସଂଖ୍ୟକ ଦିିନିକିଆ ମ୍ୟାଚ ଖେଳିବ । ରିପୋର୍ଟ ମୁତାବକ ଏହି ଯୁବ ଟିମର ଅଧିନାୟକ ଦୌଡରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲ ଆଗରେ ରହିଛନ୍ତି । ହାର୍ଦ୍ଦିକ ୩ଟି ମ୍ୟାଚରେ ଭାରତର ନେତୃତ୍ୱ ନେଇଥିବା ବେଳେ ରାହୁଲ ୧୨ଟି ମ୍ୟାଚରେ ଭାରତର ଅଧିନାୟକ ହୋଇଛନ୍ତି । ରାହୁଲ ୮ଟି ମ୍ୟାଚରେ ଦଳକୁ ବିଜୟୀ କରାଇଛନ୍ତି ।
ଇଂଲଣ୍ଡ ବିପକ୍ଷ ସିରିଜ ପରଠାରୁ ରାହୁଲ ଆଉ ମ୍ୟାଚ ଖେଳି ନାହାନ୍ତି । ରୋହିତ, କୋହଲି ଓ ବୁମରାହ ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜରେ ଦଳ ସହିତ ଯୋଗ ଦେବେ । ଏହା ପରେ ସେମାନେ ଚାମ୍ପିୟନ୍ସ ଟ୍ରଫି ପାଇଁ ପ୍ରସ୍ତୁତି ଆରମ୍ଭ କରିବେ । ଅନ୍ୟ ଏକ ରିପୋର୍ଟ ଅନୁସାରେ ହାର୍ଦ୍ଦିକଙ୍କୁ ଟି୨୦ର ଏବଂ ରାହୁଲଙ୍କୁ ଦିନିକିଆ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯିବା ସମ୍ଭାବନା ରହିଛି । ଟି୨୦ ବିଶ୍ୱକପ ପରେ ରୋହିତ ଓ କୋହଲି ଏହି ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ନୂତନ କୋଚଙ୍କ ନେତୃତ୍ୱରେ ଖୁବ ଶୀଘ୍ର ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।
Comments are closed.