Latest Odisha News

ଅଲଗା ହୋଇ ନାହାନ୍ତି ହାର୍ଦ୍ଦିକ-ନତାଶା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶା ଷ୍ଟେନକୋଭିଚ ଅଲଗା ହେବାକୁ ଯାଉଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ତେବେ ଏହି ଖବର ଭିତିହୀନ ବୋଲି ଏବେ ଜଣାପଡିଛି । ନତାଶା ଏବେ ହାର୍ଦ୍ଦିକଙ୍କ ସହ ତାଙ୍କର ପୁରୁଣା ଫଟୋ ଶେୟାର କରିଛନ୍ତି । ଇନଷ୍ଟାଗ୍ରାମରେ ହାର୍ଦ୍ଦିକଙ୍କ ସହ ନତାଶା ତାଙ୍କର ସମସ୍ତ ଫଟୋକୁ ଡିଲିଟ କରି ଦେଇଥିଲେ । ଏହା ପରେ ଉପରୋକ୍ତ ଗୁଜବ ସୃଷ୍ଟି ହୋଇଥିଲା । ଏବେ ସେ ଏହାକୁ ରିଷ୍ଟୋର କରିବା ପରେ ଗୁଜବରେ ବିରାମ ଲାଗିଛି । ୨୦୨୨ରେ ହାର୍ଦ୍ଦିକ ଓ ନତାଶା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

ସେହି ବର୍ଷ ସେମାନଙ୍କ ଅଗସ୍ତ୍ୟ ନାମକ ପୁତ୍ର ସନ୍ତାନର ଜନ୍ମ ହୋଇଥିଲା । ସର୍ବିୟାର ନତାଶା ବଲିଉଡରେ ସତ୍ୟାଗ୍ରହ ଫିଲ୍ମରେ ଅଭିନୟ କରିଥିଲେ । ଏହା ପରେ ବିଗ ବସ ୮, ନଚ ବଲିୟେ ୯ରେ ଅଂଶଗ୍ରହଣ କରିଥିଲେ । ଡିଜେ ବାଲା ବାବୁ ଗୀତ ମାଧ୍ୟମରେ ସେ ବେଶ ଲୋକପ୍ରିୟ ହୋଇଥିଲେ ।

Leave A Reply

Your email address will not be published.