ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ଟି୨୦ରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ସେ ଆନ୍ତର୍ଜାତୀୟ ଟି୨୦ରେ ୧୦୦ ୱିକେଟ ନେବାର ଗୌରବ ଅର୍ଜନ କରିଛନ୍ତି । ୧୦୦ ୱିକେଟ ଓ ୧୦୦୦ ରନ କରିବାରେ ସେ ଭାରତର ପ୍ରଥମ ଏବଂ ବିଶ୍ୱର ୪ର୍ଥ ଖେଳାଳି ହୋଇଛନ୍ତି । ଏହି ପ୍ରଦର୍ଶନ ସହ ସେ ନିଜକୁ ବିଶ୍ୱସ୍ତରର ଅଲରାଉଣ୍ଡର ଭାବେ ପ୍ରମାଣିତ କରିପାରିଛନ୍ତି । ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ସିରିଜ ୧-୧ ସମାନ ସ୍ଥିତିରେ ରହିଛି ।
ତୃତୀୟ ଟି୨୦ରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ୧୧୮ ରନର ଲକ୍ଷ୍ୟ ରଖିଛି । ଆଇଡେନ ମାର୍କରାମ ୬୧ ରନ କରିଥିଲେ । ଭାରତ ପକ୍ଷରୁ ସଫଳ ବୋଲର ଭାବେ ଅର୍ଶଦୀପ ସିଂ, ହର୍ଷିତ ରାଣା, କୂଲଦୀପ ଯାଦବ ଓ ବରୁଣ ଚକ୍ରବର୍ତି ୨ଟି ଲେଖାଏଁ ୱିକେଟ ନେଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିବମ ଦୁବେ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।