କଟକ: ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି୨୦ ଖେଳିବା ପାଇଁ କଟକରେ ଅଛନ୍ତି । ତେବେ ସେ ଏବେ କିଛି ଦିନ ହେବ କ୍ରୋଧରେ ଅଛନ୍ତି । ତାଙ୍କ ଗର୍ଲଫ୍ରେଣ୍ଡ ମାହିକା ଶର୍ମାଙ୍କ ଏକ ଫଟୋ ଏବଂ ଭିଡିଓକୁ ନେଇ ସେ ରାଗିଛନ୍ତି । ବାନ୍ଦ୍ରାର ଏକ ହୋଟେଲରୁ ବାହରକୁ ଆସିଥିବା ବେଳେ କିଏ ଜଣେ ଏହି ଭିଡିଓ ଓ ଫଟୋ ଶୁଟ କରିଥିଲେ । ଏଥିରେ ଫଟୋଗ୍ରାଫରଙ୍କ ଆଙ୍ଗେଲ ଭୁଲ ରହିଥିଲା । ମାହିକାଙ୍କ ପ୍ରାଇଭେସୀ ଲିକ ହେଉଥିଲା । ପ୍ରଥମେ ମାହିକା ଏ ନେଇ ଇନଷ୍ଟାଗ୍ରାମରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।
ଏବେ ହାର୍ଦ୍ଦିକ ମଧ୍ୟ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ମାଧ୍ୟମରେ ଏ ସମ୍ପର୍କରେ ଜଣାଇଛନ୍ତି । ସେ ଲେଖିଛନ୍ତି ସମସ୍ତଙ୍କ ମହିଳାଙ୍କୁ ସମ୍ମାନ ଦେବା ଜରୁରୀ । ମୁଁ ଭଲ ଭାବେ ଜାଣେ ମିଡିଆ ଭାଇମାନେ ଅନେକ ପରିଶ୍ରମ କରନ୍ତି । ମାତ୍ର ସବୁ କିଛି କ୍ୟାମେରାରେ ତୋଳି ନେବା ଠିକ ନୁହେଁ । ମାନବିକତା ଓ ସମ୍ମାନ ରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ମୋର ଆଶା ରହିଛି ।