Latest Odisha News

ନାଟକର ଅବସାନ: ହାର୍ଦ୍ଦିକ ଯିବେନି ମୁମ୍ବାଇ ଇଣ୍ଡିଆନ୍ସ

ଅହମ୍ମଦାବାଦ: ଆଇପିଏଲ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହା ପୂର୍ବରୁ ରବିବାର ଖେଳାଳିମାନଙ୍କ ରିଟେନ ଓ ରିଲିଜ ତାଲିକା ଫ୍ରାଂଚାଇଜମାନେ ଘୋଷଣା କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସ ଛାଡି ମୁମ୍ବାଇ ଇଣ୍ଡିଆନ୍ସ ଯିବେ ବୋଲି ଖବର ପ୍ରକାଶ ପାଇଥିଲା । ଏବେ ଏହି ଖବରରେ ବିରାମ ଲାଗିଛି । ଗୁଜରାଟ ହାର୍ଦ୍ଦିକଙ୍କୁ ରିଟେନ କରିଛି । ଏଥିସହ ସେ ଗୁଜରାଟ ଦଳର ଅଧିନାୟକ ହେବା ନିଶ୍ଚିତ ହୋଇଛି । ୨୦୨୨ରେ ହାର୍ଦ୍ଦିକଙ୍କ ନେତୃତ୍ୱରେ ଗୁଜରାଟ ପଦାର୍ପଣ ଆଇପିଏଲରେ ଟାଇଟଲ ହାସଲ କରିଥିଲା । ୨୦୨୩ରେ ତାଙ୍କ ନେତୃତ୍ୱରେ ଗୁଜରାଟ ପୁନର୍ବାର ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଚେନ୍ନାଇ ନିକଟରୁ ପରାଜିତ ହୋଇ ରନର୍ସଅପ ହୋଇଥିଲା । ୨୦୧୫ରେ ଅନକ୍ୟାପଡ ଖେଳାଳି ଭାବେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ୧୦ ଲକ୍ଷ ଟଙ୍କାରେ ଆଇପିଏଲ କ୍ୟାରିୟର ଆରମ୍ଭ କରିଥିଲେ ।

୨୦୧୫, ୧୬, ୧୭, ୧୯ ଓ ୨୦ରେ ଚାମ୍ପିୟନ ହୋଇଥିବା ମୁମ୍ବାଇ ଦଳର ସଦସ୍ୟ ଥିଲେ । ୨୦୨୨ ମେଗା ଅକ୍ସନରେ ମୁମ୍ବାଇ ହାର୍ଦ୍ଦିକଙ୍କୁ ରିଲିଜ କରିଥିଲା । ଏବେ ଟ୍ରେଡିଂ ୱିଣ୍ଡୋ ଆଗାମୀ ୭ ଦିନ ପାଇଁ ଖୋଲା ରହିବ । ହାର୍ଦ୍ଦିକ ମୁମ୍ବାଇକୁ ଯାଇଥିଲେ ରୋହିତ ଏବଂ ତାଙ୍କ ମଧ୍ୟରେ କିଏ ଅଧିନାୟକ ହେବ ସେ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା । ଗୁଜରାଟ ତାଙ୍କୁ ରିଟେନ କରିବା ଫଳରେ ଏହି ସମସ୍ୟା ଦୂର ହୋଇଛି ।

Leave A Reply

Your email address will not be published.