Latest Odisha News

BREAKING NEWS

ଏସିଆ କପ ଅବସରରେ ଭାରତୀୟ ଖେଳାଳିଙ୍କ ହେଲା ବ୍ରୋଙ୍କୋ ଟେଷ୍ଟ

ନୂଆଦିଲ୍ଲୀ: ୟୁଏଇକୁ ଶୋଚନୀୟ ଭାବେ ପରାସ୍ତ କରି ଭାରତ ଏସିଆ କପ ଟି୨୦ କ୍ରିକେଟରେ ବିଜୟ ଅଭିଯାନ ଆରମ୍ଭ କରିଛି । ଏହା ପରେ ଦଳ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ । ଏହି ମ୍ୟାଚକୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ଶେଷ ସୀମାରେ ପଂହଚିଛି । ଇତି ମଧ୍ୟରେ ଟିମର ଷ୍ଟ୍ରେନ୍ଥ ଓ କଣ୍ଡିସନିଂ କୋଚ ଆଡ୍ରିଆନ ଲେ ରୁକ୍ସ ଖେଳାଳିଙ୍କ ବ୍ରୋଙ୍କୋ ଟେଷ୍ଟ କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଓ ରିଙ୍କୁ ସିଂଙ୍କ ପରି ଖେଳାଳି ଏହି ଟେଷ୍ଟରେ ଭାଗ ନେଇଥିଲେ । ଟେଷ୍ଟ ପରେ ସଞ୍ଜୁ ସାମସନ ହାଲିଆ ହୋଇ ପଡିଥିଲେ ।

ରଗବୀରେ ପ୍ରଥମେ ଏହି ଟେଷ୍ଟ ଲାଗୁ କରାଯାଇଥିଲା । ଏହି ଟେଷ୍ଟରେ ୨୦, ୪୦ ଓ ୬୦ ମିଟର ଶଟଲ ରନ କରିଥାନ୍ତି । ଖେଳାଳିମାନେ ବିନା ବିଶ୍ରାମ ନେଇ ୧୨୦୦ ମିଟର ଦୂର ଦୌଡିଥାନ୍ତି । ଏହା ପୂର୍ବରୁ ୨୦୧୭ରେ ୟୋ ୟୋ ଟେଷ୍ଟ ଲାଗୁ କରାଯାଇଥିଲା । ବ୍ରୋଙ୍କୋ ଟେଷ୍ଟକୁ ନେଇ ଅବଶ୍ୟ କେତେକ ପୂରୁଣା ଖେଳାଳି ପ୍ରଶ୍ନ ଉଠାଇଛନ୍ତି । ଏହି ଟେଷ୍ଟ ମାଧ୍ୟମରେ ଜଣେ ଖେଳାଳିଙ୍କ ଫିଟନେସସ୍ତରରେ ଉନ୍ନତି ଅଣାଯାଇ ପାରିବ ବୋଲି ରୁକ୍ସ କହିଛନ୍ତି ।

Comments are closed.