Latest Odisha News

BREAKING NEWS

ନୂଆ ବାନ୍ଧବୀଙ୍କ ପର୍ସ ଧରି ଯାଉଥିବା ହାର୍ଦ୍ଦିକଙ୍କ ଫଟୋ ହେଉଛି ଭାଇରାଲ

ନୂଆଦିଲ୍ଲୀ: ଭାରତୀୟ ଟିମର ଅଭିଜ୍ଞ କ୍ରିକେଟର ତଥା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଆଘାତ ସମସ୍ୟା ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଖେଳୁ ନାହାନ୍ତି । ଏବେ ସେ ନିଜର ନୂଆ ବାନ୍ଧବୀ ମାହିକା ଶର୍ମାଙ୍କୁ ଡେଟ କରୁଛନ୍ତି । ନିକଟରେ ଦୀପାବଳୀ ଉଭୟଙ୍କୁ ଏକତ୍ର ଦେଖିବାକୁ ମିଳିଥିଲା । ଏଥିରେ ସେ ମାହିକାଙ୍କ ପର୍ସ ଧରି ତାଙ୍କ ପଛେ ପଛେ ଯାଉଥିବା ଦେଖିବାକୁ ମିଳିଛି । ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୨୦୨୪ରେ ହାର୍ଦ୍ଦିକ ଓ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିଚଙ୍କ ବିବାହ ବିଚ୍ଛେଦ ଘଟିଥିଲା । ସେମାନଙ୍କର ଏକ ପୁଅ ଅଛି । ଯାହାଙ୍କ ନାମ ଅଗସ୍ତ୍ୟା ପାଣ୍ଡ୍ୟା । ଭଲପାଇବା ପରେ ଉଭୟ ୨୦୨୦ରେ ବିବାହ କରିଥିଲେ ।

ଏସିଆ କପ ୨୦୨୫ ଅବସରରେ ହାର୍ଦ୍ଦିକ ଆଘାତପ୍ରାପ୍ତ ହୋଇଥିଲେ । ଏଥିଯୋଗୁ ସେ ଫାଇନାଲ ମ୍ୟାଚ ମ୍ୟାଚ ମଧ୍ୟ ଖେଳି ପାରି ନ ଥିଲେ । ଟିମ ଇଣ୍ଡିଆ ଚାମ୍ପିୟନ ହେବା ପରେ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିିନିକିଆ ସିରିଜ ଖେଳୁଛି । ୩୨ ବର୍ଷୀୟ ହାର୍ଦ୍ଦିକ ୧୧ ଟେଷ୍ଟ, ୯୪ ଦିିନିକିଆ ଓ ୧୨୦ ଟି୨୦ ମ୍ୟାଚ ଖେଳିଛନ୍ତି । ସେ ଯଥାକ୍ରମେ ୫୩୨, ୧୯୦୪ ଓ ୧୮୬୦ ରନ ସଂଗ୍ରହ କରିଛନ୍ତି । ସେହିପରି ୧୭, ୯୧ ଓ ୯୮ ୱିକେଟ ଅକ୍ତିଆର କରିଛନ୍ତି ।

Comments are closed.