ମୁମ୍ବାଇ: ଆଇପିଏଲ ୨୦୨୬ର ୫୮ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯିବ । ଏହି ମ୍ୟାଚକୁ ନେଇ ଏକ ବଡ ଖବର ସମ୍ମୁଖକୁ ଆସିଛି । ଧର୍ମଶାଳାରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବ ଖେଳିବେ ନାହିଁ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଯଶପ୍ରୀତ ବୁମରାହ ଦଳର ନେତୃତ୍ୱ ପାଇ ପାରନ୍ତି । ସୂଚନାଯୋଗ୍ୟ, ମୁମ୍ବାଇ ଚଳିତ ଆଇପିଏଲ ପ୍ଲେ ଅଫ ଦୌଡରୁ ବାଦ ପଡି ସାରିଛି । ଚେନ୍ନାଇ ବିପକ୍ଷ ମ୍ୟାଚ ପୂର୍ବରୁ ଆଘାତ ସମସ୍ୟା ଯୋଗୁ ହାର୍ଦ୍ଦିକ ଓହରି ଯାଇଥିଲେ ।
ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଦଳର ନେତୃତ୍ୱ ନେଇଥିଲେ । ଏବେ ସୂର୍ଯ୍ୟକୁମାର ବ୍ୟକ୍ତିଗତ କାରଣ ଯୋଗୁ ପଞ୍ଜାବ ବିପକ୍ଷ ମ୍ୟାଚରେ ଖେଳିପାରିବେ ନାହିଁ । ଏମାନଙ୍କ ଅନୁପସ୍ଥିତିରେ ବୁମରାହଙ୍କୁ ଦଳର ନେତୃତ୍ୱ ପ୍ରଦାନ କରାଯାଇପାରେ । ମୁମ୍ବାଇ ୧୧ ମ୍ୟାଚରୁ ମାତ୍ର ୩ଟିରେ ବିଜୟ ହାସଲ କରିଛି । ଶେଷ ୩ଟି ମ୍ୟାଚ ଜିିତିଲେ ମଧ୍ୟ ଦଳ ପ୍ଲେ ଅଫକୁ ପ୍ରବେଶ କରିପାରିବ ନାହିଁ ।
Comments are closed.