Latest Odisha News

BREAKING NEWS

ପ୍ରେମରେ ହାର୍ଦ୍ଦିକଙ୍କ ନୂଆ ଟୁଇଷ୍ଟ..ଜସ୍ମିନୀଙ୍କ ପରେ ଏବେ ମାହିକା

ମୁମ୍ବାଇ: ପ୍ରେମର ଗଣିତରେ ଭାରତୀୟ କ୍ରିକେଟରେ ହାର୍ଦ୍ଦିକ ପାଣ୍ଡ୍ୟା ଅଙ୍କ କଷିବାରେ ଧୂରନ୍ଧର । ଦୀର୍ଘ ଦିନ ପରେ ପୂନର୍ବାର ଏହି ଅଲରାଉଣ୍ଡର ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ପ୍ରଥମେ ଦୀର୍ଘ ଦିନର ପ୍ରେମ ପରେ ନାତାଶା ଷ୍ଟାନକୋଭିଚଙ୍କୁ ସେ ବିବାହ କରିଥିଲେ । କିଛି ଦିନ ପରେ ସମୀକରଣ ଛିଡି ଯାଇଥିଲା । ଉଭୟ ୨୦୨୪ରେ ବିଧିବଦ୍ଧ ଭାବେ ଅଲଗା ହୋଇଥିଲେ । ଏହା ପରେ ଜସ୍ମିନ ୱାଲିୟାଙ୍କ ସହ ତାଙ୍କ ସମ୍ପର୍କ ବେଶ ଝଡ ସୃଷ୍ଟି କରିଥିଲା । ଏବେ ସୋସିଆଲ ମିଡିଆରେ ପ୍ରକାଶିତ ଖବର ଅନୁସାରେ ଜସ୍ମିନଙ୍କ ସହ ହାର୍ଦ୍ଦିକଙ୍କ ସମ୍ପର୍କରେ ଭିନ୍ନତା ଆସିଛି । ଉଭୟ ପରସ୍ପରଠାରୁ ଦୂରେଇଯିବା ପାଇଁ ନିଷ୍ପତି ନେଇଛି ।

ରିପୋର୍ଟ ମୁତାବକ ସେ ଏବେ ମାହିକା ଶର୍ମାଙ୍କ ସହ ପ୍ରେମ ଗଣିତ କଷିବା ଆରମ୍ଭ କରିଛନ୍ତି । ୨୪ ବର୍ଷୀୟା ଏହି ମଡେଲର ଇକୋନୋମିକ୍ସ ଓ ଫାଇନାନ୍ସରେ ଡିଗ୍ରୀ ହାସଲ କରିଛନ୍ତି । ତାଙ୍କୁ ଏବେ ହାର୍ଦ୍ଦିକଙ୍କ ସହ ଦେଖିବାକୁ ମିଳିଛି । ଅବଶ୍ୟ ଏହାର ସତ୍ୟତା କେତେ ତାହା ଆଉ କିଛି ଦିନ ପରେ ଜଣାପଡିବ । ଏସିଆ କପ କ୍ରିକେଟରେ ଭାରତ-ପାକିସ୍ତାନ ମ୍ୟାଚ ଅବସରରେ ତାଙ୍କ ଉପସ୍ଥିତି ଏହି ଆଲୋଚନାକୁ ବେଶ ସରଗରମ କରିଥିଲା । ହାର୍ଦ୍ଦିକ କିମ୍ବା ମାହିରା ସେମାନଙ୍କ ସମ୍ପର୍କ ନେଇ କୌଣସି ପ୍ରକାରର ବୟାନ ଦେଇ ନାହାନ୍ତି ।

Comments are closed.