ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ତୃତୀୟ ଟି୨୦ ମ୍ୟାଚରେ ଭାରତ ପରାଜିତ ହୋଇଛି । ଏହି ମ୍ୟାଚରେ ସ୍ପିନରଙ୍କ ବିପକ୍ଷରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବାରମ୍ବାର ସ୍ପିନରଙ୍କ ବିପକ୍ଷରେ ଫେଲ ମାରିଛନ୍ତି । ହାର୍ଦ୍ଦିକ ୩୫ ବଲର ସମ୍ମୁଖୀନ ହୋଇ ୪୦ ରନ ସଂଗ୍ରହ କରିଥିଲେ । ସେ ତାଙ୍କ ଇନିଂସରେ ଗୋଟିଏ ଚୌକା ଓ ୨ଟି ଛକା ମାରିଥିଲେ । ସ୍ପିନରଙ୍କ ବିପକ୍ଷରେ ସେ ଗୋଟିଏ ବି ବାଉଣ୍ଡରୀ ମାରିପାରି ନ ଥିଲେ । ହାର୍ଦ୍ଦିକ ତାଙ୍କ ଆନ୍ତର୍ଜାତୀୟ ଟି୨୦ କ୍ୟାରିୟରରେ ଏ ପର୍ଯ୍ୟନ୍ତ ସ୍ପିନରଙ୍କ ବିପକ୍ଷରେ ୩୭୭ ବଲ ସାମ୍ନା କରିଛନ୍ତି । ଷ୍ଟ୍ରାଇକ ରେଟ ୧୧୪ ରହିଥିବା ବେଳେ ୪୩ ଆଭରେଜରେ ୪୩୦ ରନ କରିଛନ୍ତି । ୧୦ ଥର ଆଉଟ ହୋଇଥିବା ବେଳେ ୩୫ ପ୍ରତିଶତ ଡଟ ବଲ ଖେଳିଛନ୍ତି ।
ଅପରପକ୍ଷରେ ପେସ ବୋଲରଙ୍କ ବିପକ୍ଷରେ ତାଙ୍କ ପ୍ରଦର୍ଶନ ଭଲ ରହିଛି । ୮୮୬ ବଲର ସମ୍ମୁଖୀନ ହୋଇ ୧୫୨ ଆଭରେଜରେ ୧୩୨୦ ରନ କରିଛନ୍ତି । ଏଥିରେ ୧୦୪ ଚୌକା ଓ ୭୦ ଛକା ସାମିଲ । ପେସ ବୋଲରଙ୍କ ବିପକ୍ଷରେ ସେ ୫୨ଥର ଆଉଟ ହୋଇଛନ୍ତି । ଟି୨୦ରେ ହାର୍ଦ୍ଦିକ ମଧ୍ୟକ୍ରମରେ ଖେଳୁଥିବାରୁ ଦ୍ରୁତ ବେଗରେ ରନ ସଂଗ୍ରହ କରିବା ଦଳ ପାଇଁ ଜରୁରୀ । ତେବେ ହାର୍ଦ୍ଦିକଙ୍କ ପ୍ରଦର୍ଶନ ଏବେ ଦଳ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି ।
Comments are closed.