Latest Odisha News

BREAKING NEWS

ଏସିଆ କପ କ୍ରିକେଟ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେବାକୁ ପଡିବ ଫିଟନେସ ଟେଷ୍ଟ

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ସେପ୍ଟମ୍ବର ୯ରୁ ୨୮ ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବ । ଭାରତୀୟ ଚୟନ କମିଟି ଏବେ ଏଥିପାଇଁ ଦଳ ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏସିଆ କପରେ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବା ନେଇ ଏବେ ବି ସନ୍ଦେହ ରହିଛି । ଏଥିପାଇଁ ପ୍ରଥମେ ତାଙ୍କୁ ଫିଟନେସ ଟେଷ୍ଟ ଦେବାକୁ ପଡିବ । ଯଦି ସେ ସମ୍ପୂର୍ଣ୍ଣ ଭାବେ ଫିଟ ଥିବେ ତେବେ ଦଳରେ ସ୍ଥାନ ପାଇ ପାରନ୍ତି ବୋଲି ଚୟନ କମିଟିର ଜନୈକ ସଦସ୍ୟ କହିଛନ୍ତି । ପାଖାପାଖି ୨ ମାସ ହେବ ହାର୍ଦ୍ଦିକ କ୍ରିକେଟଠାରୁ ଦୂରରେ ଅଛନ୍ତି । ୧୧ ଓ ୧୨ ଅଗଷ୍ଟରେ ସେ ବେଙ୍ଗାଲୁରରେ ଥିବା ନ୍ୟାଶନାଲ କ୍ରିକେଟ ଏକାଡେମୀରେ ଫିଟନେସ ଟେଷ୍ଟ ଦେବେ । ୨୦୨୪ ଟି୨୦ ବିଶ୍ୱକପ ଓ ୨୦୨୫ ଚାମ୍ପିୟନ୍ସ ଟ୍ରଫି ଜିତିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ । ଦଳକୁ ବିଜୟୀ କରାଇବାରେ ସେ ଗୁରତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ ।

ହାର୍ଦ୍ଦିକଙ୍କ ପୂର୍ବରୁ ଶ୍ରେୟାଶ ଆୟାର ତାଙ୍କ ଫିଟନେସ ଟେଷ୍ଟ ଦେଇ ସାରିଛନ୍ତି । ସେ ଡିସେମ୍ବର ୨୦୨୩ ପରଠାରୁ ଆନ୍ତର୍ଜାତୀୟ ଟି୨୦ ଖେଳି ନାହାନ୍ତି । ଟି୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ହାର୍ଣ୍ଣିଆ ଅପରେଶନ ପରେ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ନାହାନ୍ତି । ସେ ଏନସିଏରେ ଏକ ସପ୍ତାହ ମେଡିକାଲ ଟିମ ନଜରରେ ଫିଟ ହେବା ପାଇଁ ଆବଶ୍ୟକ କାର୍ଯ୍ୟପନ୍ଥା ଗ୍ରହଣ କରିବେ । ସୂର୍ଯ୍ୟକୁମାର ସୋସିଆଲ ମିଡିଆରେ କ୍ରିକେଟକୁ ଫେରିବା ପାଇଁ ବ୍ୟଗ୍ର ବୋଲି ଲେଖିଛନ୍ତି ।

Comments are closed.