Latest Odisha News

ଖୁବ ଶୀଘ୍ର ଏକ ବଡ ଘୋଷଣା କରିବାକୁ ଯାଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ: ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏକ ପୋଷ୍ଟ ଏବେ ପ୍ରଶଂସକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ସେ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ମୁଁ ଖୁବ ଶୀଘ୍ର ଏକ ବଡ ଘୋଷଣା କରିବାକୁ ଯାଉଛି । ଆଇପିଏଲ ମେଗା ନିଲାମ ପୂର୍ବରୁ ତାଙ୍କର ଏହି ପୋଷ୍ଟ ନେଇ ବିଭିନ୍ନ ପ୍ରକାରର କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ୨୦୨୪ ହାର୍ଦ୍ଦିକଙ୍କ ପାଇଁ ଭଲ ବର୍ଷ ନ ଥିଲା କହିଲେ ଭୁଲ ହେବନି । ପତ୍ନୀ ନତାଶା ଷ୍ଟାନେକୋଭିଚଙ୍କ ସହ ବିବାହ ବିଚ୍ଛେଦ ପରେ ଆଇପିଏଲ ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା । ସେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହୋଇଥିଲେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରି ନ ଥିବା ବେଳେ ତାଙ୍କୁ ସମାଲୋଚିତ ହେବାକୁ ପଡିଥିଲା ।

ରୋହିତ ଶର୍ମାଙ୍କ ସ୍ଥାନରେ ମୁମ୍ବାଇ ଅଧିନାୟକ ଭାବେ ହାର୍ଦ୍ଦିକଙ୍କୁ ଦର୍ଶକ ଗ୍ରହଣ କରିପାରି ନ ଥିଲେ । ଟି୨୦ ବିଶ୍ୱକପ ୨୦୨୪ ବିଶ୍ୱବିଜୟୀ ଦଳର ସଦସ୍ୟ ହେବା ତାଙ୍କ ଦୁଃଖକୁ କିଛି ମାତ୍ରାରେ ଲାଘବ କରିଥିଲା । ମୁମ୍ବାଇ ଇଣ୍ଡିଆନ୍ସ ଦଳ ଛାଡିବା ଏବଂ ନୂଆ ଜୀବନସାଥୀ ପାଇବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ । ହାର୍ଦ୍ଦିକ ଯେ ପର୍ଯ୍ୟନ୍ତ ଏହା ଘୋଷଣା କରି ନାହାନ୍ତି ପ୍ରଶଂସକମାନେ ନିଶ୍ଚିତ ଭାବେ ଦ୍ୱନ୍ଦ୍ୱରେ ରହିବେ ।

Leave A Reply

Your email address will not be published.