Latest Odisha News

ଥମୁନି ଯାତ୍ରା କଳି; ନାଣ୍ଡୁ ବାବୁ, ସାଇ ଓ ପାୟଲଙ୍କ ନାଁରେ ଏତଲା ଦେଲା କମିଟି

ଭୁବନେଶ୍ବର:ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁ ଓରଫ ଅନନ୍ତ ନାରାୟଣ ଧଳ ଏବଂ ଅଭିନେତା ସାଇ ସତ୍ୟଜିତ୍, ଅଭିନେତ୍ରୀ ପାୟଲଙ୍କ ନାଁରେ FIR । ଖଣ୍ଡଗିରି ଥାନାରେ ଏତଲା ଦେଲା ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦ । ଆର୍ଥିକ କ୍ଷତି ଓ ବଦନାମ ସହିବା ଅସହ୍ୟ ହେବାରୁ ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦ ପକ୍ଷରୁ ତିନି ଜଣଙ୍କ ନାଁରେ ଅଲଗା ଅଲଗା କେସ୍ କରିଛି ।

ସୂଚନମୁତାବକ, ଶୁକ୍ରବାର ରାତିରେ ନାଣ୍ଡୁ ବାବୁଙ୍କ ନାଁରେ ଏତଲା ହୋଇଥିବା ବେଳେ ଶନିବାର ସାଇ ସତ୍ୟଜିତ୍ ଏବଂ ପାୟଲଙ୍କ ନାଁରେ କେସ୍ କରିଛି କମିଟି । ତୁଳସୀ ଗଣନାଟ୍ୟର ମାଲିକ ଓ ଅଭିନେତା ସତ୍ୟଙ୍କ ବିବାଦ ଯୋଗୁଁ ମହତାବ କମିଟି ୩ ଦିନ ହେଲା ପ୍ରବଳ କ୍ଷତି ସହୁଛି । କାରଣ ସାଇ-ପାୟଲ ମଞ୍ଚକୁ ନ ଉଠିବା ଯୋଗୁଁ ଦର୍ଶକ ‘ଏଇ ବୋଧେ ଶେଷ ଦେଖା’ ନାଟକ ଦେଖୁ ନାହାଁନ୍ତି । ଟିକେଟ୍ ବିକ୍ରି ବହୁ ମାତ୍ରାରେ କମିଛି ଓ ପ୍ରଚାର ଗାଡ଼ି ମଧ୍ୟ ବୁଲୁନାହିଁ । କିନ୍ତୁ ଯାତ୍ରା ପାର୍ଟି ଓ ଯାତ୍ରା ପେଣ୍ଡାଲ ଭିତରେ ହେଉଥିବା ଚୁକ୍ତି ଅନୁଯାୟୀ ଚୁକ୍ତି ଅର୍ଥ ଦେବାକୁ ପଡ଼ିଥାଏ । ତେଣୁ ଲସ୍ ଲସ୍ ଡବଲ୍ ଲସ୍ ହେବା ପରେ ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦ ଖଣ୍ଡଗିରି ଥାନାରେ ଏତଲା ଦେଇଛି ।

କମିଟି ପକ୍ଷରୁ ବାରଣ ସତ୍ତ୍ବେ ନାଟକ ପରିବେଷଣ ବେଳେ ସାପ ଧରି ଷ୍ଟେଜକୁ ଯାଇଥିଲେ ଅଭିନେତା ସାଇ ସତ୍ୟଜିତ୍ । ତେଣୁ କମିଟି ପକ୍ଷରୁ ପାତ୍ରପଡ଼ା ରେଞ୍ଜ ଅଫିସ୍‌ରେ ବି କେସ୍ ରୁଜୁ କରିଛି କମିଟି ।

Leave A Reply

Your email address will not be published.