କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ବିଭିନ୍ନ ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନାରେ ବ୍ୟାପକ ଅନିୟମିତତା । ପୂର୍ବତନ ସରପଞ୍ଚଙ୍କ ନାଁରେ ଆସିଛି ଦୁର୍ନୀତି ଅଭିଯୋଗ । ବାଲିବରେଇ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ପ୍ରତିଭା ନାୟକ, ପିଇଓ ନରହରି ନାୟକ ଏବଂ ଜିଆରଏସ୍ ପୂର୍ଣ୍ଣେନ୍ଦୁ ଥାଟୋଇଙ୍କ ନାମରେ ଏତଲା ଦିଆଯାଇଛି। ହାଟଡିହି ବିଡିଓ ବିନୀତା ବିଜୟିନୀ ସୋସୋ ଥାନାରେ ଏହି ତିନିଜଣଙ୍କ ନାଁ ଏତଲା ଦେଇଛନ୍ତି । ହିତାଧିକାରୀଙ୍କ ଫୋନ୍ ନମ୍ବର ସ୍ଥାନରେ ପୂର୍ବତନ ସରପଞ୍ଚଙ୍କ ସ୍ଵାମୀଙ୍କ ଫୋନ ନମ୍ବର ଦିଆଯାଇ ଶତାଧିକ ଲୋକଙ୍କୁ ଠକିଛନ୍ତି ୩ ଜଣ । ଅଭିଯୋଗକୁ ଭିତ୍ତି କରି ଉପଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଏକ ତଦନ୍ତକାରୀ ଦଳ ଗାଁ ଗାଁ ବୁଲି ତଦନ୍ତ କରିଥିଲେ ।
ତଦନ୍ତ ରିପୋର୍ଟ୍ ଅନୁଯାୟୀ ୨୩୦ ଜଣ ହିତାଧିକାରୀଙ୍କ ମଧ୍ୟରୁ ୧୪୪ଜଣ ୨ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପାଇଥିବା ବେଳେ ୬୩ଜଣଙ୍କୁ ଆଦୌ ଅନୁଦାନ ଦିଆଯାଇ ନାହିଁ। ପିଇଓ ନରହରି ନାୟକ ମୋଟ ୩ଲକ୍ଷ ୭୬ ହଜାର ଟଙ୍କା ଉଠାଇଥିବା ବେଳେ କେତେଜଣ ହିତାଧିକାରୀଙ୍କୁ ସହାୟତା ଦିଆଯାଇଛି ତା’ର କୌଣସି ସଠିକ୍ ତଥ୍ୟ ନଥିବା ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି। ଏହି ରିପୋର୍ଟ ଆଧାରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ପଞ୍ଚାୟତର ଜିଆରଏସ୍ ଓ ଅନ୍ୟମାନଙ୍କ ବିରୋଧରେ ଥାନାରେ ଏତଲା ଦେବାପାଇଁ ବିଡିଓଙ୍କୁ ନିର୍ଦେଶ ଦିଆଯାଇଥିଲା। ବିଡିଓ ପୂର୍ବତନ ସରପଞ୍ଚ, ପିଇଓ ଏବଂ ଜିଆରଏସଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଛନ୍ତି ।
Comments are closed.