Latest Odisha News

BREAKING NEWS

ହାତକୁ ଦି’ହାତ ହେବେ ଅଭିନେତା ହରମନ ବାୱେଜା

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଫିଲ୍ମ ଲଭ୍ ଷ୍ଟୋରୀ ୨୦୫୦ର ନାୟକ ହରମନ ବାୱେଜା ଶାଶା ରାମଚାନ୍ଦନୀଙ୍କୁ ବିବାହ କରିବାକୁ ଯାଉଛନ୍ତି। ସେମାନଙ୍କର ବିବାହ ପୂର୍ବରୁ ପ୍ରି ୱେଡିଙ୍ଗ୍‌ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି। ରାଜ କୁନ୍ଦ୍ରା ସେୟାର କରିଥିବା ଏକ ଭିଡିଓରେ ହରମନ ତାଙ୍କ ସାଙ୍ଗ ଏବଂ ପରିବାର ସଦସ୍ୟଙ୍କ ସହ ଗୀତ ଗାଇ ନାଚୁଥିବାର ନଜର ଆସିଛନ୍ତି।

ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା, ହରମନ ବାୱେଜାଙ୍କ ଘନିଷ୍ଠ ବନ୍ଧୁ। ରାଜ ନିଜ ଇନଷ୍ଟାଗ୍ରାମରେ ହରମନ ବାୱେଜା ଏବଂ ଶଶା ରାମଚାନ୍ଦାନୀଙ୍କ ପ୍ରି‌ ୱେଡିଙ୍ଗ୍‌ର କିଛି ଫଟୋ ସେୟାର କରିଥିଲେ।

ତେବେ ଗତ ୨୦୨୦ ଡିସେମ୍ବରରେ ହରମନ ଏବଂ ଶାଶାଙ୍କ ନିର୍ବନ୍ଧ ସମ୍ପର୍ଣ୍ଣ ହୋଇଥିଲା। ଶାଶା ହେଉଛନ୍ତି ଜଣେ ସ୍ୱାସ୍ଥ୍ୟ ପ୍ରଶିକ୍ଷକ।

Comments are closed.