Latest Odisha News

BREAKING NEWS

ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭିନେତା ହରମନ ବାୱେଜା

ନୂଆଦିଲ୍ଲୀ: ବାହା ହେଲେ ଅଭିନେତା ହରମନ ବାୱେଜା। ଶିଖ ରୀତିନୀତି ଅନୁଯାୟୀ ହରମନ ବାୱେଜା ଏବଂ ପ୍ରେମିକା ଶଶା ରାମଚାନ୍ଦନୀ ରବିବାର ଦିନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି ବିବାହରେ ଦମ୍ପତିଙ୍କ ପରିବାର ଏବଂ ସେମାନଙ୍କ ଘନିଷ୍ଠ ବନ୍ଧୁମାନେ ଯୋଗ ଦେଇଥିଲେ। ହରମନ ଏକ ଧଳା ଏବଂ ଗୋଲାପୀ ରଙ୍ଗର ଏକ ଶେରୱାନି ପିନ୍ଧିଥିବାବେଳେ ଶାଶା ଏକ ସିଲଭର୍‌ ଏବଂ ମାରୁନ ରଙ୍ଗର ଲେହେଙ୍ଗା ଚୋଲି ପିନ୍ଧିଥିଲେ।

ବିବାହ ସମାରୋହର ଏକ ଭିଡିଓ ସେୟାର କରି ହରମାନ ବାୱେଜାଙ୍କ ଘନିଷ୍ଠ ବନ୍ଧୁ ଶିଳ୍ପା ଶେଟ୍ଟୀ ଇନଷ୍ଟାଗ୍ରାମରେ ନବ ବିବାହିତ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Comments are closed.