Latest Odisha News

BREAKING NEWS

ମହିଳା କ୍ରିକେଟ: ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ରାଗିଗଲେ ହରମନପ୍ରୀତ

ଢ଼ାକା: ଏଠାରେ ଶନିବାର ଭାରତ ଓ ବାଂଲାଦେଶ ମହିଳା କ୍ରିକେଟ ଟିମ ମଧ୍ୟରେ ତୃତୀୟ ଦିିନିକିଆ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚ ରୋମାଂଚକ ଢ଼ଙ୍ଗରେ ଟାଇ ହୋଇଥିଲା । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୪ ୱିକେଟ ବିନିମୟରେ ୨୨୫ ରନ କରିଥିଲା । ଜବାବରେ ଭାରତ ୪୯.୩ ଓଭରରେ ୨୨୫ରେ ଅଲଆଉଟ ହୋଇଯାଇଥିଲା । ସିରିଜ ଏଥିସହ ୧-୧ରେ ସମାପ୍ତ ହୋଇଛି । ତେବେ ଏହି ମ୍ୟାଚରେ ଭାରତର ଅଧିନାୟିକା ହରମନପ୍ରୀତ କୌର ଅମ୍ପାୟରଙ୍କ ନିଷ୍ପତିରେ ରାଗି ଯାଇଥିଲେ ।

ଏପରିକି ସେ ଷ୍ଟମ୍ପକୁ ରାଗରେ ବ୍ୟାଟରେ ମାରିଥିଲେ । ମ୍ୟାଚର ୩୪ତମ ଓଭରରେ ହରମନପ୍ରୀତଙ୍କୁ ଅମ୍ପାୟର ଏଲବିଡବ୍ଲ୍ୟୁ ଆଉଟ ଦେଇଥିଲେ । ଏହି ନିଷ୍ପତି ନେଇ ସେ ରାଗି ଯାଇଥିଲେ । ଅମ୍ପାୟରଙ୍କ ସହ ସିଧାସଳଖ ଯୁକ୍ତି କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ମ୍ୟାଚ ପରେ ସେ କହିଥିଲେ ଏହି ସିରିଜରେ ଆମକୁ ବହୁତ କିଛି ଶିଖିବାକୁ ମିଳିଛି । ଆଗାମୀ ଗସ୍ତରେ ଆମେ ଏଥିନେଇ ପ୍ରସ୍ତୁତ ହୋଇ ଆସିବୁ । ଏହି ଅବସରରେ ଷ୍ଟାଡିୟମରେ ଉପସ୍ଥିତ ଭାରତୀୟ ହାଇ କମିଶନ ଅଧିକାରୀଙ୍କୁ ଆମନ୍ତ୍ରଣ କରାଯାଇ ନ ଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

Comments are closed.