ନୂଆଦିଲ୍ଲୀ: ଆଶେସ ସିରିଜରେ ଇଂଲଣ୍ଡର ପ୍ରଦର୍ଶନ ପ୍ରଶଂସକଙ୍କୁ ନିରାଶ କରିଛି । ଇଂଲଣ୍ଡ ୪-୧ରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ଆଶେସ ସିରିଜ ଶେଷ ହେବା ପରେ ହଠାତ ଇଂଲଣ୍ଡ ଧଳା ବଲ କ୍ରିକେଟର ଅଧିନାୟକ ହ୍ୟାରୀ ବ୍ରୁକ କ୍ଷମା ମାଗିଛନ୍ତି । ଅବଶ୍ୟ ସେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ଅବସରରେ କରିଥିବା ଭୁଲ ନେଇ ସେ କ୍ଷମା ମାଗିଛନ୍ତି । ଅକ୍ଟୋବର ୩୧ରେ ୱେଲିଂଟନରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ପୂର୍ବରୁ ହ୍ୟାରୀ ଏକ ନାଇଟ କ୍ଲବରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲେ ।
ଏଠାରେ ତାଙ୍କୁ ପ୍ରବେଶ ପାଇଁ ଅନୁମତି ନ ମିିଳିବାରୁ ସେ ବାଉନ୍ସରଙ୍କ ସହ ଝଗଡା କରିଥିଲେ । ଏବେ ଏହି ଘଟଣା ନେଇ ବ୍ରୁକ କ୍ଷମା ମାଗିଛନ୍ତି । ମୋ ବ୍ୟବହାର ଖରାପ ଥିଲା । ମୋ ଯୋଗୁ ଇଂଲଣ୍ଡ ଟିମକୁ ଅପମାନିତ ହେବାକୁ ପଡିଛି । ଏହାକୁ ଗମ୍ଭୀରତାର ସହ ନେଇ ମୁଁ କ୍ଷମା ମାଗୁଛି । ବ୍ରୁକ ବିବାଦ ପରେ ଇଂଲଣ୍ଡ ବୋର୍ଡ ୩୦ ହଜାର ପାଉଣ୍ଡ ଜରିମାନା ଦଣ୍ଡରେ ଦଣ୍ଡିତ କରାଯିବା ସହ ଚେତାବନୀ ଦିଆଯାଇଛି ।