Latest Odisha News

BREAKING NEWS

ହର୍ଷିତଙ୍କ ସଫଳ ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପେସ ବୋଲର ହର୍ଷିତ ରାଣାଙ୍କ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ ହୋଇଛି । ସେ ସୋସିଆଲ ମିଡିଆ ମାଧ୍ୟମରେ ଫଟୋ ଶେୟାର କରି ଏହି ସୂଚନା ଦେଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ବିଶ୍ୱକପ ୱାର୍ମଅପ ମ୍ୟାଚ ପୂର୍ବରୁ ହର୍ଷିତ ଗୁରୁତର ଆଘାତପ୍ରାପ୍ତ ହୋଇଥିଲେ । ସେ ଆଂଠୁ ସମସ୍ୟାରେ ପଡିଥିଲେ । ଅପେରେଶନ ସଫଳ ହେବା ପରେ ସେ ଲେଖିଛନ୍ତି ମୋ ପାଖରେ ଏବେ ୨ଟି କାର୍ଯ୍ୟ ରହିଛି । ପ୍ରଥମେ ସମ୍ପୂର୍ଣ୍ଣ ଭାବେ ଫିଟ ହେବି ଏବଂ ପରେ ଜାତୀୟ ଦଳକୁ ପ୍ରତ୍ୟାବର୍ତନ କରିବି ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଗୋଟିଏ ଓଭର ବୋଲିଂ କରିଥିଲେ । ମାତ୍ର ଏହା ମଧ୍ୟରେ ୨ ଥର ରନଅପ ବେଳେ ଯନ୍ତ୍ରଣାରେ ଚିତ୍କାର କରିଥିଲେ । ଏହା ପରେ ଟିମ ମ୍ୟାନେଜମେଂଟ ତାଙ୍କୁ ଅଭ୍ୟାସଠାରୁ ଦୂରେଇ ରଖିଥିଲେ । ପରେ ତାଙ୍କୁ ବିଶ୍ୱକପ ଟିମରୁ ବାଦ ଦିଆଯାଇଥିଲା । ତାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ଚୂଡାନ୍ତ ଦଳରେ ସାମିଲ କରାଯାଇଥିଲା । ସିରାଜ ଆମେରିକା ବିପକ୍ଷ ମ୍ୟାଚରେ ଭଲ ପ୍ରଦର୍ଶନ କରି ଭାରତ ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.