ଲଣ୍ଡନ: ଭାରତ ଓ ଇଂଲଣ୍ଡ କ୍ରିକେଟ ଟିମ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜୁନ ୨୦ରୁ ଆରମ୍ଭ ହେବ । ଏଥିପାଇଁ ଭାରତୀୟ ଖେଳାଳି ଜୋରଦାର ଅଭ୍ୟାସ ଜାରୀ ରଖିଛନ୍ତି । ଭାରତୀୟ ସିନିୟର ଟିମ ଇଣ୍ଡିଆ ଏ ସହିତ ଏକ ଇନଟ୍ରା ସ୍କ୍ୱାଡ ମ୍ୟାଚ ମଧ୍ୟ ଖେଳିଛି । ଭାରତ ଏ ଟିମର ଇଂଲଣ୍ଡ ଗସ୍ତ କାର୍ଯ୍ୟସୂଚୀ ପୂରଣ ହେବା ପରେ ଦଳ ଏବେ ସ୍ୱଦେଶ ପ୍ରତ୍ୟାବର୍ତନ କରିଛି । ତେବେ ଭାରତ ଏର ହର୍ଷିତ ରାଣାଙ୍କୁ କିନ୍ତୁ ସିନିୟର ଟିମ ସହିତ ରହିବାକୁ କୁହାଯାଇଛି । ଶୁଭମନ ଗିଲ ନେତୃତ୍ୱଧୀନ ଟିମରେ ତାଙ୍କୁ ସୁଯୋଗ ମିଳିପାରେ ବୋଲି ଆକଳନ କରାଯାଇଛି ।
ହର୍ଷିତ ଇଂଲଣ୍ଡ ଲାୟନ୍ସ ବିପକ୍ଷ ଅଭ୍ୟାସ ମ୍ୟାଚରେ ଅଂଶଗ୍ରହଣ କରିଥିଲେ । ସେ ସେ ଭଳି ଆଖିଦୃଶିଆ ପ୍ରଦର୍ଶନ କରି ନ ଥିଲେ ମଧ୍ୟ ତାଙ୍କୁ କାହିଁକି ଟିମ ସହିତ ରଖାଗଲା ତାହା ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ସେ ୯୯ ରନରେ ୨ଟି ୱିକେଟ ଅକ୍ତିଆର କରିଥିଲେ । ହର୍ଷିତ ଅଷ୍ଟ୍ରେଲିଆ ଗସ୍ତରେ ଆନ୍ତର୍ଜାତୀୟ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ସେ ତାଙ୍କ ପ୍ରଥମ ମ୍ୟାଚରେ ୩ଟି ୱିକେଟ ଅକ୍ତିଆର କରିଥିଲେ । ତାଙ୍କ ବୋଲିଂ ସମସ୍ତଙ୍କୁ ପ୍ରଭାବିତ କରିଥିଲା । ଆଇପିଏଲରେ ମଧ୍ୟ ସେ କୋଲକାତା ପକ୍ଷରୁ ୧୩ ମ୍ୟାଚରେ ୧୫ ୱିକେଟ ନେଇଥିଲେ । ସେ ଭାରତ ପକ୍ଷରୁ ୨ଟି ଟେଷ୍ଟ, ୫ଟି ଦିନିକିଆ ଓ ଗୋଟିଏ ଟି୨୦ ମ୍ୟାଚ ଖେଳିଛନ୍ତି ।
Comments are closed.