ନୂଆଦିଲ୍ଲୀ: ହରିଆଣା ଗୃହମନ୍ତ୍ରୀ ଅନୀଲ ଭିଜ ରବିବାର ଏଆଇଏମଆଇଏମ ମୁଖ୍ୟ ତଥା ଲୋକସଭା ସାଂସଦ ଅସଦୁଦ୍ଦିନ ଓୱେସୀଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଏହା ଭଲ କଥା ଯେ ମୁସଲମାନଙ୍କ ସଂଖ୍ୟା କମିବାରେ ଲାଗିଛି । ଏହାକୁ ଆହୁରି କମ୍ କରିବା ଦରକାର। ଭାରତରେ ମୁସଲମାନଙ୍କ ସଂଖ୍ୟା କମୁଛି ବୋଲି ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ୍ ଓୱେସୀ କହିଛନ୍ତି । ଏହା ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କ ଜନସଂଖ୍ୟା ନୀତି ଉପରେ ପ୍ରତିକ୍ରିୟା ରଖି ଓୱେସୀ କହିଥିଲେ । ଏହାପରେ ହରିଆଣା ଗୃହମନ୍ତ୍ରୀ ଏପରି କହିଛନ୍ତି ।
ସେ କହିଛନ୍ତି, ଯଦି ଦେଶରେ ମୁସଲମାନଙ୍କ ସଂଖ୍ୟା କମୁଛି ତାହେଲେ ଭଲ କଥା । ଯଦି ଏପରି ହେଉଛି ତେବେ ଏହା ଏକ ଭଲ କଥା । ଏହି ସଂଖ୍ୟା ଆହୁରି କମିବା ଦରକାର ଏବଂ ‘ଆମେ ଦୁଇ ଆମର ଦୁଇ’ ନୀତିକୁ ଆଣିବା ଦରକାର ।
Ambala, Haryana | AIMIM chief Asaduddin Owaisi has said that the population of Muslims in India is declining. If it is so, then that's a very good thing. Drop it further and bring it to 'hum do humare do: Haryana Home Minister Anil Vij pic.twitter.com/8JuzygXY8Y
— ANI (@ANI) October 9, 2022
ଓୱେସୀ କହିଛନ୍ତି, ମୁସଲମାନମାନେ କଣ୍ଡୋମ ବ୍ୟବହାର କରୁଛନ୍ତି। ପୂର୍ବ ତୁଳନାରେ ମୁସଲମାନମାନଙ୍କର ପ୍ରଜନନ ହାର ହ୍ରାସ ପାଇଛି। ଜନସଂଖ୍ୟା ମାମଲାରେ ବ୍ୟସ୍ତ ହେବା ଆବଶ୍ୟକତା ନାହିଁ କାରଣ ମୁସଲମାନମାନଙ୍କ ସଂଖ୍ୟା ବୃଦ୍ଧି ପାଉନାହିଁ ବରଂ ଦିନକୁ ଦିନ କମୁଛି। ମୁସଲମାନମାନେ ଅଧିକ କଣ୍ଡୋମ ବ୍ୟବହାର କରୁଛନ୍ତି। କିନ୍ତୁ ଏ ବାବଦରେ ମୋହନ ଭାଗବତ କେବେ ମଧ୍ୟ ଆଲୋଚନା କରିବେ ନାହିଁ।
ସେ କହିଛନ୍ତି, ମୋହନ ଭାଗବତ ଏ ବିଷୟରେ କିଛି କହିବେ ନାହିଁ । ଅକ୍ଟୋବର ୫ରେ ଦଶହରା ଉତ୍ସବକୁ ଉଦଘାଟନ କରି ଆରଏସଏସ ମୁଖ୍ୟ ଜନସଂଖ୍ୟା ନୀତିକୁ ଏକ ସମାନ ଭାବେ ଲାଗୁ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହାଫଳରେ ବର୍ଦ୍ଧିତ ଜନସଂଖ୍ୟା ବୋଝ ପରିବର୍ତେ ସମ୍ବଳ ଭାବେ ବ୍ୟବହାର କରାଯାଇପାରିବ।
ଓୱେସୀ ପୁଣି କହିଛନ୍ତି ଯେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣର ତଥ୍ୟ ଅନୁଯାୟୀ ମୁସଲମାନମାନଙ୍କ ସଂଖ୍ୟା ବଢୁନାହିଁ ବରଂ ଏହା ଦୁଇ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି। ଭାଗବତ ଭୁଲ ତଥ୍ୟ ଦେଇଛନ୍ତି ବୋଲି ଓୱେସୀ ସିଧାସଳଖ ଟାର୍ଗେଟ କରିଛନ୍ତି।
Comments are closed.