Latest Odisha News

ନୁହରେ ହିଂସା ପରେ ପୁଣି ଗର୍ଜିଲା ବୁଲଡୋଜର: ହଟାଗଲା ଜବରଦଖଲ, ଭଙ୍ଗାଗଲା ଦୋକାନ

ନୁହ: ନୁହରେ ହିଂସା ପରେ ପୁଣି ଗର୍ଜିଲା ବୁଲଡୋଜର ।  ହଟାଗଲା ଜବରଦଖଲ, ଭଙ୍ଗାଗଲା ଦୋକାନ । ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପୁଣି ବୁଲୁଛି ଜବରଦଖଲ ଇଲକାରେ  ବୁଲଡୋଜର । ଶନିବାର ଏଠାରେ ଏସଏଚକେଏମ ସରକାର ମେଡିକାଲ କେଲଜ ନିକଟରେ ଥିବା ବେଆଇନ ଦୋକାନକୁ ଭାଙ୍ଗୁଛି । ଏଥିସହିତ ଜବରଦଖଲ ଇଲାକାରୁ ଉଚ୍ଛେଦ ଜାରି ରଖିଛି । ଶନିବାର ସକାଳୁ ସକାଳୁ ଜିଲ୍ଲା ପ୍ରଶାସନର ଏକ ଟିମ ଏହି ଉଚ୍ଛେଦ କାମ ଆରମ୍ଭ କରିଛନ୍ତି । ସହରରେ ଏପରି ବୁଲଡୋଜର ଚାଲିବା ପରେ ବେଆଇନ ଭାବେ ନିର୍ମାଣ କରିଥିବା ଲୋକେ ଭୟଭୀତ ହୋଇ ପଡିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଏହି କାର୍ଯ୍ୟାନୁଷ୍ଠାନ ଡିଷ୍ଟିକ  ଟାଉନ ପ୍ଲାନର ପକ୍ଷରୁ କରାଯାଉଛି । କାରଣ ଏଠାରେ 40 ବେଆଇନ ଦୋକାନ ଥିଲା । ଏହି ବେଆଇନ ଦୋକାନକୁ ଉଚ୍ଛେଦ କରୁଛି ଜିଲ୍ଲା ପ୍ରଶାସନ । ଏଇ ସ୍ଥାନରୁ ହିଁ ୩୧ ଜୁଲାଇ ହିଂସା ଆରମ୍ଭ ହୋଇଥିଲା ଏବଂ ଢେଲାପଥର ମାଡ ଆରମ୍ଭ ହୋଇଥିଲା । ତେବେ ଖାଲି ଏହି ସ୍ଥାନ ନୁହେଁ, ନୁହର ସିଙ୍ଗାର, ବିସରୁ, ଡୁଡୋଲି ପିଙ୍ଗବା, ଫିରୋଜପୁରରେ ମଧ୍ୟ ଆଜି ବୁଲଡୋଜର ଚାଲିବ ବୋଲି ଜଣାଯାଇଛି ।

ନୁହର ଏସଡିଏମଙ୍କ କହିବା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ଜବରଦଖଲ  ଉଚ୍ଛେଦ କରାଯାଉଛି । ଏଠାରେ ଥିବା ସମସ୍ତ ନିର୍ମାଣ କାମ ଅବୈଧ । ଏହି ଲୋକମାନେ ଦଙ୍ଗାରେ ସାମିଲ ଥିଲେ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଆଦେଶ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଗୁରୁବାରଠାରୁ ସରକାରଙ୍କ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାର ଜାରି ରହିଛି ।

ସୂଚନାଥାଉ କି, ନୁହ ହିଂସାକୁ ନେଇ ୫ ଜିଲ୍ଲାରେ ୯୩ ଏଫଆଇଆର ରୁଜୁ କରାଯାଇଛି ।  ଗତ ସୋମବାର ନୁହରେ ବ୍ରୁଜ ମଣ୍ଡଳ ଶୋଭାଯାତ୍ରା ବାହାରିବା ସମୟରେ ଦଙ୍ଗା  ସୃଷ୍ଟି ହୋଇଥିଲା । ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟ ପକ୍ଷରୁ ଶୋଭାଯାତ୍ରା ବାହାରିଥିବାବେଳେ ପଥରମାଡ ହୋଇଥିଲା । ଫଳରେ ଦୁଇ ସଂପ୍ରଦାୟ ମଧ୍ୟରେ ଦଙ୍ଗା  ସ୍ଥିତି ଦେଖା ଦେଇଥିଲା ।ଚାହୁଁ ଚାହୁଁ ସବୁଆଡେ ଏହି ହିଂସା ବ୍ୟାପି ଯାଇଥିଲା । ଶହ ଶହ କାରରେ ନିଆଁ ଲଗାଇଦେଲେ ଦଙ୍ଗକାରୀ । ସାଇବର ଥାନା ଉପରେ ଆକ୍ରମଣ କଲେ । ପୋଲିସ କର୍ମଚାରୀଙ୍କ ଉପରକୁ ବି ଆକ୍ରମଣ କଲେ । ଦଙ୍ଗାରେ ଅତି କମରେ ୬ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା ।

 

Leave A Reply

Your email address will not be published.