Latest Odisha News

BREAKING NEWS

ଏଣିକି ‘ଗୁଡ ମର୍ଣ୍ଣିଂ’ ନୁହେଁ ‘ଜୟ ହିନ୍ଦ’ରୁ ଦିନ ଆରମ୍ଭ କରିବେ ଛାତ୍ରଛାତ୍ରୀ, ଅଗଷ୍ଟ ୧୫ରୁ ନିୟମ ଲାଗୁ

ଚଣ୍ଡିଗଡ: ଏଣିକି ‘ଗୁଡ ମର୍ଣ୍ଣିଂ’ ନୁହେଁ ‘ଜୟ ହିନ୍ଦ’ରୁ ଦିନ ଆରମ୍ଭ କରିବେ ଛାତ୍ରଛାତ୍ରୀ। ହରିୟାଣାର ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ ‘ଗୁଡ ମର୍ଣ୍ଣିଂ’ରୁ ଦିନ ଆରମ୍ଭ ହେବ ନାହିଁ। ଏହା ବଦଳରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ‘ଜୟ ହିନ୍ଦ’ କହିବାକୁ ପଡିବ।

ରାଜ୍ୟ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଏକ ସର୍କୁଲାରରେ କୁହାଯାଇଛି ଯେ ହରିୟାଣାରେ ସ୍ୱାଧୀନତା ଦିବସରୁ ସମସ୍ତ ବିଦ୍ୟାଳୟରେ ‘ଗୁଡ ମର୍ଣ୍ଣିଂ’ ସ୍ଥାନରେ ‘ଜୟ ହିନ୍ଦ’ ବ୍ୟବହାର କରାଯିବ।

ହରିୟାଣା ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶପ୍ରେମକୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ଅଗଷ୍ଟ ୧୫, ୨୦୨୪ରୁ ହରିୟାଣା ବିଦ୍ୟାଳୟ ଶିକ୍ଷା ନିର୍ଦ୍ଦେଶାଳୟ ଏହି ପଦକ୍ଷେପକୁ ବାଧ୍ୟତାମୂଳକ କରିଛି। ଜିଲ୍ଲା ତଥା ବ୍ଲକ ସ୍ତରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଶିକ୍ଷା ଅଧିକାରୀଙ୍କୁ ସ୍ୱାଧୀନତା ଦିବସରୁ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରାଥମିକ ଶିକ୍ଷା ଅଧିକାରୀ, ଜିଲ୍ଲା ବ୍ଲକ ଶିକ୍ଷା ଅଧିକାରୀ, ବ୍ଲକ ପ୍ରାଥମିକ ଶିକ୍ଷା ଅଧିକାରୀ ଏବଂ ପ୍ରଧାନଶିକ୍ଷକଙ୍କ ନିକଟକୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି।

 

 

Comments are closed.