Latest Odisha News

BREAKING NEWS

ରାହୁଲଙ୍କ ବାହାଘର ପାଇଁ ଝିଅ ଖୋଜିବାକୁ କହିଲେ ସୋନିଆ

ନୂଆଦିଲ୍ଲୀ:କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋନିପତର କିଛି ମହିଳା ଚାଷୀଙ୍କ ସହ ସାକ୍ଷାତର ଏକ   ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓରେ ମହିଳା ଜଣେ ମହିଳା ସୋନିଆ ଗାନ୍ଧିଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ମହିଳା ଚାଷୀ ଜଣକ ସୋନିଆଙ୍କୁ ରାହୁଲଙ୍କ ବାହାଘର ବିଷୟରେ ପଚାରୁଛନ୍ତି ।  ଏହାର ଉତ୍ତର ଦେଇ ସୋନିଆ ତାଙ୍କୁ ରାହୁଲଙ୍କ ପାଇଁ ଝିଅ ଖୋଜିବା ଲାଗି କହୁଥିବା ଭିଡିଓରେ ଦେଖିବାକୁ ମିଳିଛି । ସୋନିଆଙ୍କର ଏହି କଥା ଶୁଣି ସେଠାରେ  ଉପସ୍ଥିତ ଅନ୍ୟ ସଦସ୍ୟଙ୍କ ସମେତ ନିଜେ ସୋନିଆ ମଧ୍ୟ ହସୁଛନ୍ତି ।

ରାହୁଲ ଏହି ଭିଡିଓ ସେୟାର କରି ଲେଖିଛନ୍ତି, ‘ ଏହା ମା, ପ୍ରିୟଙ୍କା ଏବଂ ମୋ ପାଇଁ ଏକ ସ୍ମରଣୀୟ ଦିନ..କିଛି ଖାସ ଅତିଥିଙ୍କ ଗହଣରେ । ସୋନିପତ ମହିଳା ଚାଷୀଙ୍କ ଦିଲ୍ଲୀ ଦର୍ଶନ, ସେମାନଙ୍କ ସହ  ଘରେ ଏକାଠି ଭୋଜନ, ସେମାନଙ୍କ ସହ ଖୁବ ମଜାଦାର କଥାବାର୍ତ୍ତା, ସେମାନଙ୍କଠାରୁ ମିଳିଥିଲା ସୁନ୍ଦର ଉପହାର   ଯେମିତି ଦେଶି ଘିଅ, ମିଠା ଲସି, ଘର ତିଆରି ଆଚାର ଏବଂ ବହୁତ ଭଲ ପାଇବା.. । ’

ସୂଚନାଥାଉ କି, ଚଳିତ ମାସ ପ୍ରାରମ୍ଭରେ ମଦିନା ଗାଁରେ କିଛି ମହିଳାଙ୍କୁ ରାହୁଲ ସାକ୍ଷାତ କରିଥିଲେ ଏବଂ ତାଙ୍କ ସହ ଏକତ୍ର ଭୋଜନ ବି କରିଥିଲେ  । ସେମାନଙ୍କୁ ସେ ଦିଲ୍ଲୀ ନିମନ୍ତ୍ରଣ କରିଥିଲେ ଏବଂ ନିଜ ଘରେ ତାଙ୍କୁ ଭୋଜନରେ ଆପ୍ୟାୟିତ କରିଥିଲେ । ରାହୁଲ ମଦିନାରେ ଥିବାବେଳେ  ମହିଳାମାନେ ରାହୁଲଙ୍କୁ ଆମକୁ ଦିଲ୍ଲୀ ବୁଲାଇଦିଅ, ଆପଣଙ୍କ ଘର ଦେଖାଅ’ ବୋଲି କହିଥିଲେ ।

ରାହୁଲ ତାଙ୍କୁ ଉତ୍ତର ଦେଇ କହିଥିଲେ, ‘ମୋର ତ ଘର ନାହିଁ ।  ମୋ ଘର ସରକାର ନେଇ ଯାଇଛନ୍ତି ।’ ଏହା ପରେ ସେ ପ୍ରିୟଙ୍କାଙ୍କୁ ଫୋନ କରିଥିଲେ ଏବଂ କହିଥିଲେ, କିଛି ମହିଳା ତୁମ ଘରକୁ ଯିବାକୁ ଚାହୁଁଛନ୍ତି । ତୁମ ସହ ଏକାଠି ଭୋଜନ କରିବାକୁ ଚାହୁଁଛନ୍ତି ।’ ଏହା ଶୁଣି ପ୍ରିୟଙ୍କା ସମସ୍ତଙ୍କୁ ତାଙ୍କ ଘରକୁ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ । ଏହା ପରେ ୧୪ ଜୁଲାଇରେ ଏହି ମହିଳାମାନେ ଦିଲ୍ଲୀ ଆସିଥିଲେ । ପ୍ରାୟ ୪୩ ଜଣ ମହିଳା ଦିଲ୍ଲୀ ଆସି ପ୍ରିୟଙ୍କା ଘରେ ପହଞ୍ଚିଥିଲେ ।  ଏହି ଅବସରରେ ସୋନିଆ ଗାନ୍ଧି ବି ସେମାନଙ୍କ ସହ ସାକ୍ଷାତ କରିଥିଲେ । ସାକ୍ଷାତ ସମୟରେ ମହିଳାମାନେ ସୋନିଆଙ୍କ ସହ ନାଚି ଥିଲେ । ଏହି ନାଚର ଭିଡିଓ କଂଗ୍ରେସ ନେତା ରୁଚିରା ଚତୁର୍ବେଦୀ ସେୟାର କରିଛନ୍ତି ।

Comments are closed.