Latest Odisha News

୧୦୦ ନିର୍ବାଚନ ହାରି ବିଶ୍ୱ ରେକର୍ଡ କରିବା ଲକ୍ଷ୍ୟରେ ଆଗ୍ରାର ହସନୁରାମ

ଆଗ୍ରା: ଆଗ୍ରାର ୭୫ ବର୍ଷୀୟ ହସନୁରାମ ଆମ୍ବେଦକର ଏ ପର୍ଯ୍ୟନ୍ତ ବିଭିନ୍ନ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ୯୩ ଥର ପରାଜିତ ହୋଇଛନ୍ତି । ୧୦୦ ନିର୍ବାଚନରେ ହାରି ବିଶ୍ୱରେକର୍ଡ କରିବା ଲକ୍ଷ୍ୟରେ ମୁଁ ରହିଛି ବୋଲି ହସନୁରାମ କହିଛନ୍ତି । ୩୬ ବର୍ଷ ତଳେ ଏକ ବଡ ପାର୍ଟି ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ଦେବ ବୋଲି କହିଥିଲା । ଶେଷ ସମୟରେ ଟିକେଟ ନ ମିଳିବା ହସନୁରାମଙ୍କୁ ବାଧିଥିଲା । ବାସ ସେବେଠାରୁ ସେ ନିର୍ବାଚନରେ ଲଢ଼ି ଆସୁଛନ୍ତି ।

BjdElectrycity

୧୫ ଅଗଷ୍ଟ ୧୯୪୭ରେ ଜନ୍ମ ଗ୍ରହଣ କରିଥିବା ହସନୁରାମ ୧୨ ଥର ଖୈରାଗଡ ପଂଚାୟତ ନିର୍ବାଚନ ଲଢ଼ିଛନ୍ତି । ଏହା ପରେ ଫତେହପୁର ସିକ୍ରି ବିଧାନସଭାରୁ ୧୨ ଥର, ସିକେରିରୁ ୬ଥର ନିର୍ବାଚନ ଲଢ଼ିଛନ୍ତି । ଅନ୍ୟ ଅର୍ଥରେ ସେ ଏମଏଲସି, ସହକାରୀ ବ୍ୟାଙ୍କ ନିର୍ବାଚନରେ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି । ସବୁଠାରୁ ବଡ କଥା ସେ ରାଷ୍ଟ୍ରପତି ପଦ ପାଇଁ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

Comments are closed, but trackbacks and pingbacks are open.