Latest Odisha News

BREAKING NEWS

ହାଥରସରେ ଦଳାଚକଟା ଘଟଣା; ମୃତ୍ୟୁସଂଖ୍ୟା ୧୨୧ ଛୁଇଁଲା

ହାଥରସରେ ଏକ ସତସଙ୍ଗ ସମୟରେ ଦଳାଚକଟା ହେବାରୁ ୧୨୧ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ରହିଛନ୍ତି। ସିକନ୍ଦରାରାଉ ଥାନାର ଫୁଲରଇରେ ଆୟୋଜିତ ଭୋଳାବାବାଙ୍କ ସତସଙ୍ଗ ସମୟରେ ଏହି ବଡ଼ ଦୁର୍ଘଟଣା ଘଟିଥିଲା।

ଏହି ଘଟଣାରେ ଭୋଲେ ବାବାଙ୍କ ଆଶ୍ରମରେ ପହଞ୍ଚି ତନାଘନା ଆରମ୍ଭ କରିଛି ପୋଲିସ।  ଏବେ ସଂପୃକ୍ତ ଅଞ୍ଚଳରେ ଆଶ୍ରମ ଚଳାଉଥିବା ଅଭିଯୁକ୍ତ ‘ଭୋଲେ ବାବା’ଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛି।

ତେବେ ଆଶ୍ରମର ମୁଖ୍ୟ ସେବାଦାର ଦେବପ୍ରକାଶ ମଧୁକର ଓ ଆୟୋଜକଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଆଇନ ଅନୁଯାୟୀ ଧାରା ୧୦୫, ୧୧୦, ୧୨୬,୨୨୩ ଓ ୨୩୮ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଆହୁରି ମଧ୍ଯ ଏନେଇ ହୋଇଥିବା ଏଫଆଇଆରରେ ସତସଙ୍ଗରେ ୨ଲକ୍ଷରୁ ଅଧିକ ଲୋକ ଏକତ୍ରିତ ହୋଇଥିବା ଉଲ୍ଲେଖ ଅଛି। ସେହିପରି ଏହି ଦଳାଚକଟା ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ପିଏଲ ମଧ୍ଯ ଦାଖଲ କରାଯାଇଛି।

Leave A Reply

Your email address will not be published.