Latest Odisha News

BREAKING NEWS

ବୈଠକରେ ଅମିତ ଶାହଙ୍କ ଦୃଢୋକ୍ତି, ‘ଅବ୍ କି ବାର୍ ୩୫୦ ପାର’

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ପାଖାପାଖି ଦେଢ଼ ବର୍ଷ ସମୟ ରହିଛି । ଏହା ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ଏହାର ପ୍ରସ୍ତୁତି ଏବଂ ରଣନୀତି କାର୍ଯ୍ୟକାରୀ କରିବା ଆରମ୍ଭ କରି ଦେଇଛି। ମଙ୍ଗଳବାର ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପିର ଜାତୀୟ ସଂଗଠନର ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷ, କେନ୍ଦ୍ର ମନ୍ତ୍ରୀ ଉପସ୍ଥିତ ଥିଲେ । ଗତ ନିର୍ବାଚନରେ ବିଜେପି ୧୪୪ ଲୋକସଭା ଆସନରେ ପଛରେ ଥିଲା। ଏହି ଆସନରେ ଦଳକୁ ମଜବୁତ କରିବା ପାଇଁ କଣ ଆବଶ୍ୟକ ଭିତ୍ତିଭୂମି ରହିଛି ତାର ଏକ ରିପୋର୍ଟ ମନ୍ତ୍ରୀ ମାନେ ରଖିଛନ୍ତି।

ବୈଠକରେ ସଂଗଠନ ସମ୍ପାଦକ ବି.ଏଲ୍ ସନ୍ତୋଷ କହିଥିଲେ, ଅନେକ ମନ୍ତ୍ରୀଙ୍କୁ ପ୍ରଥମେ ଦୁର୍ବଳ ଆସନ ଗୁଡିକୁ ସମୀକ୍ଷା କରିବାକୁ କୁହାଯାଇଥିଲା। ସମୀକ୍ଷା ସମୟରେ ଜଣାପଡିଛି ଯେ ଅନେକ ମନ୍ତ୍ରୀ ସେମାନଙ୍କୁ ଦିଆଯାଇଥିବା ଟାସ୍କ ସମ୍ପୂର୍ଣ୍ଣ କରିପାରି ନାହାନ୍ତି।

ତେଣୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ସଂଗଠନକୁ ପ୍ରାଥମିକତା ଦିଆଯିବା ଉଚିତ। ପ୍ରାଥମିକତା ଭିତ୍ତିରେ ସଂଗଠନ ଦ୍ୱାରା ଦିଆଯାଇଥିବା କାମ କରିବା ଦରକାର। ଦୁର୍ବଳ ଥିବା ଲୋକସଭା ଆସନଗୁଡିକର ସମୀକ୍ଷା କରିବା ଦରାକାର। ଆଉ ଏ କାମକୁ ଗମ୍ଭୀରତାର ସହ ନେବା ଉଚିତ ବୋଲି ସେ କହିଛନ୍ତି।

ଗତଥର ଅପେକ୍ଷା ଦଳକୁ ଅଧିକ ଆସନ ଜିତିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଗତ ଥର ୨୦୧୯ ରେ, ହାରିଯାଇଥିବା ସିଟରୁ ୩୦% ଜିତିଥିଲୁ ଏଥର ୨୦୨୪ରେ ହାରିଯାଇଥିବା ଆସନରୁ ୫୦% ସିଟ୍ ଜିତିବାକୁ ପଡିବ। ବିହାରରେ ଯେଉଁସବୁ ଲୋକସଭା ଆସନ ଦୁର୍ବଳ ରହିଛି ତା ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ତେବେ ୧୪୪ ଆସନ ପାଇଁ ଯେଉଁ ଯେଉଁ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା ସେମାନେ କାମ ଶେଷ କରିନଥିବାରୁ ଦଳର ସଭାପତି ଜେ.ପି ନଡ୍ଡା ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। କେବଳ ୩୨ ମନ୍ତ୍ରୀ ସେମାନଙ୍କ କାମ ଶେଷ କରିଥିବା ସୂଚନା ରହିଛି।

୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୩୦୩ ଟି ଆସନ ଜିତିଥିଲା। ୨୦୧୪ରେ ଦଳ ୨୮୨ଟି ଆସନ ଜିତିଥିଲା। ଅର୍ଥାତ୍ ୨୦୧୪ରେ ଯେଉଁ ଆସନରେ ଦୁର୍ବଳ ଥିଲା ସେଥିମଧ୍ୟରୁ କିଛି ଆସନରେ ଅର୍ଥାତ୍ ଅଧିକ ୨୧ଟି ଆସନରେ ଜିତିଥିଲା। ଏବେ କୁହାଯାଉଛି ବିଜେପି ଟାର୍ଗେଟ କିରିଛି ଲକ୍ଷ୍ୟ ୩୫୦ରୁ ଅଧିକ ସିଟ୍ । ଦଳ ୧୪୪ଟି ଆସନକୁ କ୍ଲଷ୍ଟରରେ ବିଭକ୍ତ କରି ଜଣେ କେନ୍ଦ୍ର ମନ୍ତ୍ରୀଙ୍କୁ ସେମାନଙ୍କର ଦାୟିତ୍ୱରେ ନିଯୁକ୍ତ କରିଛି। ପଶ୍ଚିମବଙ୍ଗ, ତେଲେଙ୍ଗାନା, ମହାରାଷ୍ଟ୍ର, ପଞ୍ଜାବ ଏବଂ ଉତ୍ତରପ୍ରଦେଶ ସମେତ ଏହି ନିର୍ବାଚନମଣ୍ଡଳୀ ମଧ୍ୟରେ ଥିବା ସମସ୍ତ ବିଧାନସଭା ବିଭାଗ ପରିଦର୍ଶନ କରି ରାଜନୀତିକ ସ୍ଥିତିର ଆକଳନ କରିବାକୁ ମନ୍ତ୍ରୀଙ୍କୁ ପଠାଯାଇଛି।

ସୂଚନାଯୋଗ୍ୟ, ମେ ୨୫ରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ସଭାପତି ଜେପି ନଡ୍ଡା ପ୍ରାୟ ୧୪୪ ଟି ଲୋକସଭା ଆସନ ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆସନ ଗୁଡିକରେ ବିଜେପି ନିର୍ବାଚନରେ ହାରିଥିଲା । ଏବଂ ଏହି ଆସନରେ ଜିତିବାର ସମ୍ଭାବନା କଣ ରହିଛି ରିପୋର୍ଟ ଦେବାକୁ କହିଥିଲେ। ଏହି କ୍ରମରେ ମୋଦୀ ସରକାରଙ୍କ ଜଣେ ଲେଖାଏଁ ମନ୍ତ୍ରୀଙ୍କୁ ୨ କିମ୍ବା ୩ଟି ଲୋକସଭା ଆସନର ଦାୟିତ୍ୱ ଦିଆଯାଇ ସ୍ଥିତି ପଖିବାକୁ କୁହାଯାଇଥିଲା। ଆଉ ଅଗଷ୍ଟ ୩୧ ସୁଦ୍ଧା ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ଯେଉଁସବୁ ମନ୍ତ୍ରୀଙ୍କୁ ୧୪୪ଟି ଆସନର ଦାୟିତ୍ୱ ଦିଆଯାଇଛି ସେମାନେ ସମସ୍ତେ ମୋଦୀ-ଶାହଙ୍କ ବିଶ୍ୱସ୍ତ ବୋଲି କୁହାଯାଉଛି। ଆଜିର ବୈଠକରେ ଏହି ସବୁ ପ୍ରସଙ୍ଗରେ ଶାହ ନଡ୍ଡା ଏବଂ ଅନ୍ୟାନ୍ୟ ନେତା ଆଲୋଚନା କରିବେ।

Comments are closed.