Latest Odisha News

ହାବିଲଦାରଙ୍କ ସମେତ ମାଲକାନଗିରିରେ ୩ କରୋନା ପଜିଟିଭ ଚିହ୍ନଟ

ମାଲକାନଗିରି: ମୋଟୁ ବର୍ଡର ଚେକ୍ ପୋଷ୍ଟରେ କାର‌୍ୟ୍ୟରତ ଜଣେ ହାବିଲଦାର କରୋନା ପଜିଟିଭ ଚିହ୍ନଟ ହେବାପରେ ମୋଟୁ ଥାନାର ଆଇଆଇସିଙ୍କ ସମେତ ଅନ୍ୟ କର୍ମଚାରୀମାନଙ୍କୁ ହୋମ୍ କ୍ବାରେନଣ୍ଟାଇନକୁ ପଠାଯାଇଛି।

ଏହାଛଡା ଥାନା ପରିସରକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି ବୋଲି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଶୁକ୍ରବାର ଟ୍ବିଟ କରିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ କୋରୁକୋଣ୍ଡା ବ୍ଲକରେ ଥିବା ଅସ୍ଥାୟୀ ମେଡିକାଲ କ୍ୟାମ୍ପର ଜଣେ ଆଟେନଡାଣ୍ଟ ଏବଂ ଜଣେ ତାମିଲନାଡୁ ଫେରନ୍ତା ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଆହୁରି ମଧ୍ୟ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ବୋଲି ସୁତ୍ରରୁ ପ୍ରକାଶ।

ମାଲକାନଗିରିରେ ବର୍ତ୍ତମାନ ଚାରୋଟି ସକ୍ରିୟ ମାମଲା ରହିଥିବା ବେଳେ ୨୧ ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।

Comments are closed.