Latest Odisha News

BREAKING NEWS

ଆରସିବି ପ୍ରଶଂସକଙ୍କ ପାଇଁ ଖୁସି ଖବର, ପ୍ଲେ ଅଫ ଖେଳି ପାରନ୍ତି ହାଜେଲଉଡ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ଏବେ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଚମତ୍କାର ପ୍ରଦର୍ଶନ କରି ପ୍ଲେ ଅଫରେ ପ୍ରବେଶ କରିଛି । ପ୍ରଥମ ଟାଇଟଲ ହାସଲ କରିବା ପାଇଁ ଆରସିବି ଜୋରଦାର ଉଦ୍ୟମ ଜାରୀ ରଖିଛି । ଆଘାତ ସମସ୍ୟା ଯୋଗୁ ଦଳର ଷ୍ଟାର ବୋଲର ଜୋଶ ହାଜେଲଉଡ ସ୍ୱଦେଶ ପ୍ରତ୍ୟାବର୍ତନ କରିଥିଲେ । ଏବେ ସେ ସମ୍ପୂର୍ଣ୍ଣ ଫିଟ ହୋଇ ସାରିଛନ୍ତି । ଖୁବ ଶୀଘ୍ର ଭାରତ ଆସି ଆରସିବି ସହ ଯୋଗଦେବେ ବୋଲି ଆଶା କରାଯାଉଛି । ଏବେ ସେ ବ୍ରିସବେନରେ ଅଭ୍ୟାସ ଜାରୀ ରଖିଛନ୍ତି । ମେ ୨୯ରୁ ପ୍ଲେ ଅଫ ମୁକାବିଲା ଆରମ୍ଭ ହେବ । ହାଜେଲଉଡଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ବେଙ୍ଗାଲୁର ଚଳିତ ଆଇପିଏଲରେ ଭଲ ପ୍ରଦର୍ଶନ ଜାରି ରଖିଛି ।

୨୦୧୬ରେ ଆରସିବି ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଟାଇଟଲ ଜିତି ପାରି ନ ଥିଲେ । ସନରାଇଜର୍ସ ହାଇଦ୍ରାବାଦ ତାଙ୍କୁ ହରାଇ ଚାମ୍ପିୟନ ହୋଇଥିଲା । ୨୦୦୯ ଓ ୨୦୧୧ ଫାଇନାଲରେ ମଧ୍ୟ ଦଳ ପ୍ରବେଶ କରିଥିଲା । ଏଥର ଦଳ ନିକଟରେ ଟାଇଟଲ ହାସଲ କରିବା ସୁବର୍ଣ୍ଣ ସୁଯୋଗ ରହିଛି । ଦଳର ସମସ୍ତ ଖେଳାଳି ଶୃଙ୍ଖଳିତ ପ୍ରଦର୍ଶନ ଜାରି ରଖିଛନ୍ତି ।

Comments are closed.