Latest Odisha News

ଏକ ସପ୍ତାହ ଭିତରେ ଶମ୍ଭୁ ବର୍ଡର ଖୋଲିବାକୁ ନିର୍ଦେଶ

ନୂଆଦିଲ୍ଲୀ: ଏକ ସପ୍ତାହ ଭିତରେ ଶମ୍ଭୁ ବର୍ଡର ଖୋଲିବାକୁ ନିର୍ଦେଶ ଦେଇଛନ୍ତି ପଞ୍ଜାବ-ହରିୟାଣା ହାଇକୋର୍ଟ।

କୋର୍ଟରେ ଦାଖଲ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏକ ସପ୍ତାହ ଭିତରେ ଶମ୍ଭୁ ବର୍ଡର ଖୋଲିବାକୁ କହିଛନ୍ତି କୋର୍ଟ।

କୃଷକ ଆନ୍ଦୋଳନ ୫ ମାସ ଧରି ବନ୍ଦ ହୋଇଥିବା ବେଳେ କୃଷକଙ୍କୁ ଦିଲ୍ଲୀ ଆଡକୁ ଯିବାକୁ ଦିଅନ୍ତୁ ବୋଲି ହରିୟାଣା ସରକାରଙ୍କୁ କହିଛନ୍ତି କୋର୍ଟ। ତେବେ ଶମ୍ଭୁ ବର୍ଡରରେ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ତେଣୁ ତାଙ୍କୁ ଦିଲ୍ଲୀ ଆଡକୁ ଛଡାଯିବା ଦରକାର।

ସେପଟେ ଗତ ୫ ମାସ ଧରି ଜାତୀୟ ରାଜମାର୍ଗ ନଂ ୪୪ ବନ୍ଦ ହୋଇଯିବା ଯୋଗୁ ଅମ୍ବାଲା ରେ ଦୋକାନୀ, ବ୍ୟବସାୟୀ, ଛୋଟମୋଟ ବୁଲା ବେପାରୀଙ୍କ ବେପାର ବନ୍ଦ ହୋଇଯାଇଛି। ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ କୃଷକମାନେ ସ୍ବାଗତ କରିଛନ୍ତି।

Comments are closed.