Latest Odisha News

BREAKING NEWS

ଆମିଷ ଟିଫିନ ଆଣିଲେ ଛାତ୍ର, ହାଇକୋର୍ଟରେ ମାମଲା, କୋର୍ଟ କହିଲେ…

ଆହ୍ଲାବାଦ; ଖାଦ୍ୟ ସାମଗ୍ରୀକୁ ନେଇ ଗତ କିଛି ଦିନ ହେବ ଦେଶ ତଥା ବିଶ୍ୱରେ ବିଭିନ୍ନ ପ୍ରକାରର ଉତ୍ତେଜନା ଦେଖାଯାଉଛି l ବିଶେଷ କରି ଭେଜ୍ ଏବଂ ନନ୍-ଭେଜ୍ କୁ ନେଇ l ଏହାରିଭିତରେ ଉତ୍ତରପ୍ରଦେଶର ଅମରୋହାରୁ ସାମ୍ନାକୁ ଆସିଥିବା ଏକ ମାମଲା ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛି। ବର୍ତ୍ତମାନ ଏହି ମାମଲା ହାଇକୋର୍ଟ ପର୍ଯ୍ୟନ୍ତ ମଧ୍ୟ ପହଂଚିଛି l ଆଉ ଏବେ ଆହ୍ଲାବାଦ ହାଇକୋର୍ଟ ଏହି ମାମଲାରେ ନିଜର ରାୟ ଦେଇ ହେଇଛନ୍ତି l ଆହ୍ଲାବାଦ ହାଇକୋର୍ଟ ଅମରୋହା ଜିଲ୍ଲା ପ୍ରଶାସନକୁ ନନ୍-ଭେଜ୍ ଖାଦ୍ୟ ଆଣି ବିଦ୍ୟାଳୟରୁ ବହିସ୍କୃତ ହେଇଥିବା ଛାତ୍ରକୁ ଏକ ସପ୍ତାହ ମଧ୍ୟରେ ଅନ୍ୟ ଯେକୌଣସି ବିଦ୍ୟାଳୟରେ ବିଦ୍ୟାଳୟରେ ଆଡମିଶନ ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକୁ ପାଳନ କରିବା ନିଶ୍ଚିତ କରି ଏକ ଆଫିଡେଭିଟ୍ ଦାଖଲ କରିବାକୁ କୋର୍ଟ ଜିଲ୍ଲାପାଳଙ୍କୁ କହିଛନ୍ତି।

ବାସ୍ତବରେ ଏହି ଆଦେଶ ଜଣେ ମହିଳାଙ୍କ ଦ୍ୱାରା ଦିଆଯାଇଥିବା ମାମଲାର ଶୁଣାଣି କରି ଦେଇଛନ୍ତ କୋର୍ଟ l ରିପୋର୍ଟ ଅନୁଯାୟୀ, ଜଣେ ମହିଳା ତାଙ୍କ ୩ ଜଣ ପିଲା ପଢ଼ୁଥିବା ସ୍କୁଲ ପ୍ରିନ୍ସିପାଲଙ୍କ ବିରୋଧରେ ଏତଲା ଦେଇଥିଲେ l ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କର ୩ ପିଲାଙ୍କୁ ଅନ୍ୟାୟ ଭାବରେ ସ୍କୁଲରୁ ବହିଷ୍କାର କରାଯାଇଛି। ଏହି ଆବେଦନ ଶୁଣାଣି ବେଳେ ଜଷ୍ଟିସ୍ ସିଦ୍ଧାର୍ଥ ଏବଂ ଜଷ୍ଟିସ୍ ଏସସି ଶର୍ମାଙ୍କ ବେଞ୍ଚ ଏହି ନିଷ୍ପତ୍ତି ନେଇଛି। ପିଲାମାନଙ୍କର ଶିକ୍ଷାଗତ କ୍ଷତି ପୂରଣ ପାଇଁ ରାଜ୍ୟ ସରକାର କ୍ଷତିପୂରଣ ଦିଅନ୍ତୁ ବୋଲି ମଧ୍ୟ ଆବେଦନକାରୀ ଦାବି କରିଛନ୍ତି। ସେ କହିଛନ୍ତି ଯେ ସ୍କୁଲ ପ୍ରିନ୍ସପାଲଙ୍କ ଅଭିଯୋଗ ପିଲାମାନଙ୍କ ଶିକ୍ଷାରେ ବାଧା ସୃଷ୍ଟି କରିଛି।

ମହିଳାଙ୍କ କହିବା ଅନୁସାରେ ତାଙ୍କର ୩ ପୁଅ ଝିଅ ଗୋଟିଏ ବିଦ୍ୟାଳୟରେ ପାଠପଢନ୍ତି l ସିବିଏସଇ ଦ୍ୱାରା ପରିଚାଳିତ ସେହି ବିଦ୍ୟାଳୟ ଗତ ସେପ୍ଟେମ୍ବର ମାସରେ ତାଙ୍କର ୩ ପୁଅ ଝିଅଙ୍କୁ ବିଦ୍ୟାଳୟରୁ ବହିଷ୍କାର କରିଛି l ଏହାର କାରଣ ହେଉଛି ମାଂସାହାରୀ ଖାଦ୍ୟ l ତାଙ୍କ ପିଲାମାନେ ସେଦିନ ମାଂସାହାରୀ ଖାଦ୍ୟ ଟିଫିନ ନେଇଥିବାରୁ ତାଙ୍କୁ ସ୍କୁଲରୁ ବହିଷ୍କାର କରିଛନ୍ତି ବିଦ୍ୟାଳୟର ପ୍ରଧାନଶିକ୍ଷକ l ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି। ଭିଡିଓରେ ପିଲାମାନଙ୍କର ମା ଏବଂ ପ୍ରିନ୍ସିପାଲଙ୍କ ମଧ୍ୟରେ ଏକ ଯୁକ୍ତିତର୍କ ଚାଲିଥିବା ଦେଖିବାକୁ ମିଳିଛି l ଯେଉଁଥିରୁ ସମଗ୍ର ଘଟଣା ସାମ୍ନାକୁ ଆସିଥିଲା l ଏନେଇ ଥାନାରେ ଏତଲା ଦେଇଥିଲେ ପିଲାଙ୍କ ମା’ l ମହିଳାଙ୍କ ଏତଲା ଆଧାରରେ କୋର୍ଟରେ ଶୁଣାଣି ଚାଲିଥିଲା l

ଶୁଣାଣି ବେଳେ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ଏକ ସପ୍ତାହ ମଧ୍ୟରେ ପିଲାମାନଙ୍କୁ ସ୍କୁଲରେ ଆଡ଼ମିସନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ l

Leave A Reply

Your email address will not be published.