Latest Odisha News

BREAKING NEWS

ଅଭିଯୁକ୍ତ ଗୋପାଳର ପରିବାରକୁ ସୁରକ୍ଷା ଦେବା ପ୍ରସଙ୍ଗରେ ଶୁଣାଣି କଲେ ହାଇକୋର୍ଟ

କଟକ: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଗୋପାଳ ଦାସର ପରିବାରକୁ ସୁରକ୍ଷା ଦିଆଯାଉ ବୋଲି ଦାବି କରି ହୋଇଥିବା ଆବେଦନର ଶୁଣାଣି କରିଛନ୍ତି ହାଇକୋର୍ଟ। ଯେଉଁଥିରେ ବିଚାରପତି ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁମନ୍ତ କୁମାର ସ୍ବାଇଁଙ୍କ ଆବେଦନର ଶୁଣାଣି କରିଛନ୍ତି। ବିଚାପପତି କହିଛନ୍ତି, ସୁରକ୍ଷାକୁ ନେଇ ଅଭିଯୁକ୍ତର ପରିବାର କୋର୍ଟର ଦ୍ୱାରସ୍ଥ ହୋଇନାହାନ୍ତି। ତେଣୁ ଏପରି ସ୍ଥିତିରେ ହାଇକୋର୍ଟ ଏହି ପ୍ରସଙ୍ଗରେ କୌଣସି ରାୟ ନଦେବା ଉଚିତ ବୋଲି କହିଛନ୍ତି। ଏପରି କହି ହାଇକୋର୍ଟ ମାମଲାରେ ପୂର୍ଣ୍ଣଛେଦ ପକାଇଛନ୍ତି।

ଉଲ୍ଲେଖଯୋଗ୍ଯ, ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡ ପଛରେ ରାଜନୈତିକ ଏବଂ ବ୍ୟବସାୟିକ ଶତ୍ରୁତା ଥାଇପାରେ ବୋଲି କୁହାଯାଉଛି। ତେଣୁ ଅଭିଯୁକ୍ତ ଗୋପାଳ ଦାସ ଏବଂ ତାଙ୍କ ପରିବାରର ଜୀବନପ୍ରତି ବିପଦ ଥିବା ଫେବୃଆରୀ 20 ତାରିଖ ଦିନ ହୋଇଥିବା ଆବେଦନର କୁହାଯାଇଥିଲା।

 

Comments are closed.