ହାଇଦ୍ରାବାଦ: ଆଇପିଏଲ ୨୦୨୫ ଟିକେଟ ହେରଫେରରେ ହାଇଦ୍ରାବାଦ କ୍ରିକେଟ ଆସୋସିଏଶନର ସଭାପତି ଜଗନମୋହନ ରାଓ ଗିରଫ ହୋଇଛନ୍ତି । ତେଲେଙ୍ଗାନା ପୋଲିସ ରାଓଙ୍କ ସମେତ ଅନ୍ୟ ୪ ସିନିୟର ଅଧିକାରୀଙ୍କୁ ମଧ୍ୟ ଗିରଫ କରିଛି । ସେମାନେ ହେଲେ କୋଷାଧ୍ୟକ୍ଷ ସି.ଶ୍ରୀନିବାସ ରାଓ, ସିଇଓ ସୁନୀଲ କାନ୍ତେ ଓ ସେକ୍ରେଟାରୀ ରାଜେନ୍ଦ୍ର ଯାଦବଙ୍କ ପତ୍ନୀ ଜି.କବିତା । ସନରାଇଜର୍ସ ହାଇଦ୍ରାବାଦକୁ ଟିକେଟ ଦେବା ପାଇଁ ବ୍ଲାକମେଲ କରିବା ଅଭିଯୋଗ ହୋଇଛି । ବିସିସିଆଇ ନିୟମ ଅନୁସାରେ ୧୦ ପ୍ରତିଶତ ପାସ ପ୍ରଦାନ କରାଯାଇ ପାରିବ । ମାତ୍ର ସେମାନେ ଆବଶ୍ୟକତାଠାରୁ ଅଧିକ ପାସ ଦାବୀ କରିଥିଲେ । ତେଲେଙ୍ଗାନା କ୍ରିକେଟ ଆସୋସିଏଶନ ସେକ୍ରେଟାରୀ ଧର୍ମଗୁରବ ରେଡ୍ଡୀ ଏଚସିଏ ଉପରେ ଅନେକଗୁଡିଏ ଅଭିଯୋଗ କରିଥିଲେ ।
ଲକ୍ଷ୍ନୌ ସୁପର ଜ୍ୟାଂଟସ ବିପକ୍ଷ ମୁକାବିଲାରେ ଏଚସିଏ ଅଧ୍ୟକ୍ଷ କର୍ପୋରେଟ ବକ୍ସକୁ ତାଲା ପକାଇ ଦେଇଥିଲେ । ସେମାନେ ଅଧିକ ଟିକେଟ ପାଇଁ ସନରାଇଜର୍ସ ହାଇଦ୍ରାବାଦ ଟିମକୁ ବ୍ଲାକମେଲ କରିଥିଲେ । ବିସିସିଆଇ ପକ୍ଷରୁ ପୂନର୍ବାର ସ୍ପଷ୍ଟ କରାଯାଇଛି ଯେ, ୩୯୦୦ ଅଧିକ ପାସ ଦିଆଯାଇ ପାରିବ ନାହିଁ । ଏସଆରଏଚ ଓ ଏଚସିଏ ମିଳିତ ଭାବେ କାର୍ଯ୍ୟ କଲେ ଅଧିକ ସଂଖ୍ୟକ ଦର୍ଶକ ମ୍ୟାଚକୁ ଉପଭୋଗ କରିପାରିବେ ।
Comments are closed.