Latest Odisha News

BREAKING NEWS

ଆଶେସ ସିରିଜ: ହେଡଙ୍କ ବିସ୍ଫୋରକ ଶତକ, ଇଂଲଣ୍ଡକୁ ହରାଇଲା ଅଷ୍ଟ୍ରେଲିଆ

ପର୍ଥ: ଚଳିତ ଆଶେସ ସିରିଜର ପ୍ରଥମ ମ୍ୟାଚରେ ଟ୍ରେଭିସ ହେଡଙ୍କ ବିସ୍ଫୋରକ ଶତକ ବଳରେ ଅଷ୍ଟ୍ରେଲିଆ ୮ ୱିକେଟରେ ବିଜୟ ହାସଲ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୧-୦ର ଅଗ୍ରଣୀ ହାସଲ କରିଛି । ଏହି ମ୍ୟାଚ ୨ ଦିନରେ ଶେଷ ହୋଇ ଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୧୭୨ ରନ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ୧୩୨ ରନ କରିବାକୁ ସକ୍ଷମ ହୋଇଥିଲା । ପ୍ରଥମ ଦିବସରେ ୧୯ ୱିକେଟର ପତନ ଘଟିଥିଲା । ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୧୬୪ ରନ କରିବା ଫଳରେ ଅଷ୍ଟ୍ରେଲିଆ ସମ୍ଭୁଖରେ ୨୦୫ ରନର ବିଜୟ ଲକ୍ଷ୍ୟ ରହିଥିଲା ।

ହେଡ ଓ ମାର୍ନସ ଲାବୁସେନ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ । ଅଷ୍ଟ୍ରେଲିଆ ୨୮.୨ ଓଭରରେ ୨ ୱିକେଟ ହରାଇ ମ୍ୟାଚକୁ ଜିତି ନେଇଥିଲା । ହେଡ ୬୯ ବଲରେ ଶତକ ହାସଲ କରିଥିଲେ । ସେ ୮୩ ବଲରେ ୧୨୩ ରନ ଓ ଲାବୁସେନ ୪୯ ବଲରେ ୫୧ ରନ କରିଥିଲେ । ମ୍ୟାଚରେ ୧୦ଟି ୱିକେଟ ନେଇଥିବା ମିଚେଲ ଷ୍ଟାର୍କଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା । ସିରିଜର ଦ୍ୱିତୀୟ ଟେଷ୍ଟ ବ୍ରିସବେନରେ ଡିସେମ୍ବର ୪ରୁ ଆରମ୍ଭ ହେବ । ଖେଳାଯିବ । ଏହି ଦିବାରାତ୍ର ଟେଷ୍ଟ ପିଙ୍କ ବଲରେ ଖେଳାଯିବ ।

Comments are closed.