Latest Odisha News

BREAKING NEWS

କେନ୍ଦ୍ର କରୁଛି ଅବହେଳା, ରାଜ୍ୟରେ ଟିକାକରଣ ବାଧାପ୍ରାପ୍ତ

ଭୁବନେଶ୍ବର : କେନ୍ଦ୍ର ଦେଉନି ଟିକା । ଫଳରେ ରାଜ୍ୟରେ ବାଧାପ୍ରାପ୍ତ ହେଉଛି ଟିକାକରଣ । ଟିକା ଅଭାବରୁ ଧାର୍ଯ୍ୟ ଲକ୍ଷ୍ୟ ଅନୂସାରେ ହୋଇପାରୁନି ଟିକାକରଣ । ଫଳରେ ଗତକାଲି ମାତ୍ର ୪୯ ହଜାର ଲୋକଙ୍କୁ ଟିକା ଦିଆଯାଇଛି । ଟିକାର ଅଭାବ ଯୋଗୁଁ ଆଜି ରାଜ୍ୟର ୧୬ ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ ।

ରାଜ୍ୟରେ କେନ୍ଦ୍ରର ଟିକା ଏପର୍ଯ୍ରନ୍ତ ପହଞ୍ଚି ନଥିବା ବେଳେ, ୧୯ ହଜାର ଡୋଜ୍ କୋଭିସିଲଡ଼ ଟିକା ମହଜୁଦ୍ ରହିଛି । ସେହିପରି ୩ ଲକ୍ଷ କୋଭାକ୍ସିନ ଟିକା ମହଜୁଦ୍ ଥିବା ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଟିକା ନଥିବାରୁ ଆଜି ରାଜ୍ୟର ମାତ୍ର ୧୧୪ଟି ସ୍ଥାନରେ ଟିକାକରଣ କେନ୍ଦ୍ରରେ ଟିକା ଦିଆଯାଇଛି । ସେଥିରୁ ୭୨ଟି ସେସନ କେବଳ ଭୁବନେଶ୍ବରରେ ହୋଇଛି । ଜୁନ ମାସର କୋଟା ପରେ ଆଉ ୬ ଲକ୍ଷ ଟିକା ଦେବାକୁ କେନ୍ଦ୍ର ସରକାରଙ୍କୁ ମଗାଯାଇଛି । ମାତ୍ର ଏହି ଟିକା ଏପର୍ଯ୍ୟନ୍ତ ରାଜ୍ୟରେ ପହଞ୍ଚିନି । ତେବେ ତୃତୀୟ ଲହର ପୂର୍ବରୁ ଟିକାକରଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ, ଟିକା ମିଳିବା ଉପରେ ନିର୍ଭର କରୁଛି ରାଜ୍ୟରେ ଲକ୍ଷ୍ୟ ପୂରଣ ହେବ ନା ନାହିଁ ।

Leave A Reply

Your email address will not be published.