Latest Odisha News

BREAKING NEWS

ନିମାପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ହେଲଥ୍ ଏଟିଏମ ଉଦଘାଟିତ୍ 

୧୦୦ରୁ ଅଧିକ ଆବଶ୍ୟକ ପରୀକ୍ଷା ସହିତ ତ୍ଵରିତ ରିପୋର୍ଟର ବ୍ୟବସ୍ଥା 

ଭୁବନେଶ୍ୱର: ନିମାପଡା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଆଜି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏକ ଅତ୍ୟାଧୁନିକ ଡିଜିଟାଲ ହେଲଥ୍ କିଓସ୍କ–ସ୍ଵୟମ ହେଲଥ୍ ଏଟିଏମ ଉଦଘାଟନ କରାଯାଇଛି।

ଏହି ଏଟିଏମ ସ୍ୱୟମ ଘରୋଇ ଅନୁଷ୍ଠାନ ଦ୍ୱାରା ସ୍ଥାପନ କରାଯାଇଛି। ଏହି ହେଲଥ ଏଟିଏମ ମାଧ୍ୟମରେ ଉପାନ୍ତ ଅଞ୍ଚଳର ଅଧିବାସୀମାନେ ତ୍ଵରିତ, ଶସ୍ତା ଓ ସଠିକ ନିଦାନ ସେବା ପାଇପାରିବେ। ଏହି ହେଲଥ ଏଟିଏମ ରାଜ୍ୟ ପ୍ରାଥମିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଜାଗରଣ ସୃଷ୍ଟି କରିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଏହି ହେଲଥ ଏଟିଏମ ମାଧ୍ୟମରେ ୧୦୦ରୁ ଅଧିକ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଜଡ଼ିତ ପରୀକ୍ଷା ସହିତ ତ୍ଵରିତ ରିପୋର୍ଟ ମିଳିପାରିବ।

 

Comments are closed.