Latest Odisha News

BREAKING NEWS

ପ୍ରତିଦିନ ଖାଆନ୍ତୁ ବାଇଗଣ : ଏସବୁ ଗମ୍ଭୀର ରୋଗରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ : ବାଇଗଣ ଏପରି ଏକ ପରିବା  । ଯାହା ବର୍ଷର ୧୨ ମାସ ଯାକ ମାର୍କେଟରେ ଉପଲବ୍ଧ ରହିଥାଏ  । ଏହାକୁ ଅଧିକାଂଶ ଲୋକ ଖାଇବାକୁ ପସନ୍ଦ କରନ୍ତି ନାହିଁ  । କିନ୍ତୁ ଏହା ସ୍ବାସ୍ଥ୍ୟ ପକ୍ଷେ ବେଶ୍ ଉପକାରୀ  । ଏଥିରୁ ଅନେକ ଖାଦ୍ୟ ଆଇଟମ୍ ବନାଇଥାଏ  । ଯାହା ଅତ୍ୟନ୍ତ ସ୍ବାଦିଷ୍ଟ ହୋଇଥାଏ  । ଅନେକ ଓୗଷଧିୟ ଗୁଣରେ ଭରପୁର ବାଇଗଣ  । ଏହାକୁ ଖାଇବା ଦ୍ବାରା ଆମେ ଅନେକ ରୋଗରୁ ମୁକ୍ତି ପାଇଥାଉ । ତେବେ ଆସନ୍ତୁ ଜାଣିବା ବାଇଗଣ ଖାଇବାର ଉପକାରିତା  । ବାଇଗଣରେ ଭରପୁର ମାତ୍ରାରେ ଫାଇଭର ଥିବାବେଳେ  କ୍ୟାଲୋରୀ କମ୍ ଥାଏ  । ଏଥିରେ ମ୍ୟାଗ୍ନେସିୟମ୍ , ମାଙ୍ଗାନିଜ୍, ପୋଟାସିୟମ୍ , ତମ୍ବା ପରି ପୁଷ୍ଟିକର ଉପାଦାନ ରହିଛି  । ଯାହା ଆମ ହାଡକୁ ମଜବୁତ କରେ  ।

ଯଦି ଆମେ ଏହାକୁ ପ୍ରତିଦିନ ଆମ ଖାଦ୍ୟରେ ଖାଉ , ତେବେ ଏହା ହଜମ ପ୍ରକ୍ରିୟାରେ ସହାୟକ ହେବା ସହ ରକ୍ତରେ ସୁଗାର ସ୍ତରକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ  । କର୍କଟ ଭଳି ମାରାତ୍ମକ ରୋଗର ଆଶଙ୍କାରୁ ଏହା ମୁକ୍ତି ଦେଇଥାଏ  । ଆଜିକାଲି ଲୋକମାନେ ଖୁବ୍ କମ ବୟସରେ ହୃଦଘାତର ଶିକାର ହେଉଛନ୍ତି  । ବାଇଗଣରେ ଅନେକ ପ୍ରକାରର ଭିଟାମିନ୍ , ବିଟା କାରୋଟିନ୍ , ପଲିଫେନୋଲ ଆଦି ରହିଥାଏ  । ଯାହା ହାର୍ଟରେ କୌଣସି ପ୍ରକାରର ସମସ୍ୟା ସୃଷ୍ଟି ହେବାକୁ ଦିଏନାହିଁ । କୋଷ୍ଠକାଠିନ୍ୟ ଏବଂ କୋଲେଷ୍ଟ୍ରଲରୁ ମଧ୍ୟ ମୁକ୍ତି ଦେଇଥାଏ ବାଇଗଣ  ।

Comments are closed.