Latest Odisha News

କେଶ ପାଇଁ ଦେଶୀ ଘିଅ !

ଭୁବନେଶ୍ୱର: ପ୍ରାୟ ସମସ୍ତେ ଘିଅର ବ୍ୟବହାର ଖାଦ୍ୟରେ ଓ ପୂଜା ସାମଗ୍ରୀରେ କରିଥିବେ କିନ୍ତୁ ଏହାକୁ କେହି କେଶରେ ବ୍ୟବହାର କରିବା କଥା ଜାଣି ନଥିବେ । ଆୟୁର୍ବେଦରେ ଘିଅର ଏହି ଚତ୍ମକାରୀ ଉପକାରିତା ବିଷୟରେ ଅନେକ ଲେଖା ରହିଛି । ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଘିଅର ଆବଶ୍ୟକତା ଅନେକ ରହିଛି।

ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ–

ଯଦି କେଶରେ ରୂପି ହେଉଥିବ ତାହାଲେ ଆପଣ ଘିଅରେ ବାଦାମ ତେଲ ମିଶାଇ ମାଲିସ କରିପାରିବେ । ଏହାଦ୍ୱାରା ଆପଣଙ୍କ ରୂପି ଶୀଘ୍ର ଭଲ ହୋଇଯିବ।

ପୋଷଣ ତତ୍ତ୍ୱର ଅଭାବରୁ କେଶ ଯଦି ଦୁଇ ମୁହାଁ ହେଉଥାଏ ତେବେ ଘିଅର ମାଲିସ ଲାଭ ଦାୟକ ଅଟେ, ଏହାସହ କେଶ ସୁସ୍ଥ ଓ ମୁଲାୟମ ହୋଇଥାଏ।

ଆପଣଙ୍କ କେଶ ଲମ୍ବା ହେବାର ସହଜ ଉପାୟ ହେଲା, ପ୍ରତ୍ୟେକ ୧୫ ଦିନରେ ଥରେ ଘିଅ ସହିତ ଅଁଳା ତେଲ ବା ପିଆଜ ରସ ମାଲିସ କରନ୍ତୁ । ନିଶ୍ଚିତ ରୂପେ ଏହା କାମ ଦେବ ଓ ବହୁତ ଶୀଘ୍ର କେଶ ଲମ୍ବା ଓ ସୁନ୍ଦର ଦିଶିବ।

କେଶକୁ କୋମଳ କରିବା ପାଇଁ ଚାହୁଁଥିଲେ ଘିଅ ସହିତ ଜୈତୁନ୍ ତେଲ ମାଲିସ କରିପାରିବେ।
କେଶକୁ ପ୍ରାକୃତିକ ଚମକ ଦେବା ପାଇଁ ଘିଅକୁ ହାଲୁକା ଭାବରେ ଗରମ କରି କୋଡିଏ ମିନିଟ ପର୍ଯ୍ୟନ୍ତ ମାଲିସ କରନ୍ତୁ । ପରେ ଲେମ୍ବୁ ରସ ମାଲିସ କରି ଦଶ ମିନିଟ ପରେ ଧୋଇ ଦିଅନ୍ତୁ।

Comments are closed.